India vs Pakistan Asian Games final: : ଫାଇନାଲ୍ରେ ଭାରତ-ପାକିସ୍ତାନ ଲଢ଼େଇ
ଚଳିତ ଏସୀୟ କ୍ରୀଡ଼ା ପୁରୁଷ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲ୍ରେ ଗତ ସଂସ୍କରଣ ବିଜେତା ଭାରତ ଶନିବାର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ଗୁରୁବାର ସେମିଫାଇନାଲ୍ରେ ଭାରତ ୧୨୪ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ପଦକ ପକ୍କା କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା।

ନିଶିନ: ଚଳିତ ଏସୀୟ କ୍ରୀଡ଼ାପୁରୁଷ ଟ୍ବେଣ୍ଟି-୨୦ ପ୍ରତିଯୋଗିତାର ଫାଇନାଲ୍ରେ ଗତ ସଂସ୍କରଣ ବିଜେତା ଭାରତ ଶନିବାର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ଗୁରୁବାର ସେମିଫାଇନାଲ୍ରେ ଭାରତ ୧୨୪ ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରି ପଦକ ପକ୍କା କରିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ୱିକେଟ୍ ହରାଇ ୧୬୯ ରନ୍ କରିଥିଲା। ପ୍ରଥମ ୩ ଓଭରରେ ଭାରତ ୨୪ ରନ୍ ଭିତରେ ଅଭିଷେକ ଶର୍ମା (୭) ଓ ସଞ୍ଜୁ ସାମ୍ସନ୍ (୭)ଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ତେବେ ବୈଭବ ସୂର୍ଯ୍ୟବଂଶୀ (୩୮, ୨୧ ବଲ୍, ୬ ଚୌକା, ୨ ଛକା) ଭଲ ଖେଳି ଆସୁଥିବା ବେଳେ ସାହାନ ଆରାଚଚିଗେଙ୍କ ବଲ୍ରେ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଏହାପରେ ଭାରତ ଲଗାତାର ୱିକେଟ୍ ହରାଇଥିଲେ ମଧ୍ୟ ଈଶାନ କିଶନ (୮୦*, ୪୬ ବଲ୍, ୪ ଚୌକା, ୫ ଛକା) ବିସ୍ଫୋରକ ପାଳି ଖେଳି ଦଳୀୟ ସ୍କୋର୍ ଦେଢ଼ଶହ ପାର୍ କରିଥିଲେ। ଅଧିନାୟକ ଶ୍ରେୟସ ଆୟର (୧୩), ଅକ୍ଷର ପଟେଲ (୮), ତିଳକ ବର୍ମା (୨), ଶିବମ ଦୁବେ (୩) ବିଫଳ ହୋଇଥିଲେ। ୱାସିଂଟନ୍ ସୁନ୍ଦର (୩ ବଲ୍ରୁ ୭*) ଅପରାଜିତ ଥିଲେ।
ସୌଜନ୍ୟ ସମ୍ବାଦ




