FlyDubai Incident: ‘ଏମିତି ମାରିବି’…ଭାରତୀୟ ପାଇଲଟ୍ଙ୍କୁ ଛୁରାମାଡ଼ ପଛରେ ଇରାନ୍ ହାତ କି ? ତେହେରାନକୁ ଟ୍ରମ୍ପଙ୍କ ଧମକ

ନୂଆଦିଲ୍ଲୀ,୦୨/୧୦; ପ୍ଲାଏ ଦୁବାଇ ଘଟଣା ପଛରେ ଇରାନ୍ର ଲିଙ୍କ୍ ଅଛି କି ? ଭାରତୀୟ ପାଇଲଟ୍ଙ୍କୁ ଛୁରାମାଡ଼ ପଛରେ ତେହେରାନ୍ ହାତ ଅଛି କି ? ଇରାନ୍କୁ କଡ଼ା ଜବାବ ଦେବାକୁ ଧମକ ଦେଲେ ଟ୍ରମ୍ପ । ଦୁବାଇରୁ ତେଲ ଆଭିଭ୍ ଅଭିମୁଖେ ଯାତ୍ରା କରୁଥିବା ଫ୍ଲାଏ ଦୁବାଇ ବିମାନରେ ଘଟିଥିବା ଘଟଣା ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି । ପ୍ରାରମ୍ଭିକ ସୂଚନା ଆଧାରରେ ଫ୍ଲାଇଦୁବାଇର ସହ-ପାଇଲଟଙ୍କର ଇରାନ ସହ ସମ୍ପର୍କ ରହିଛି, ଯଦିଓ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଏହି ଘଟଣାର ଅନୁସନ୍ଧାନ କରୁଛନ୍ତି । ଫ୍ଲାଏଦୁବାଇ ବିମାନକୁ ଖସାଇବାକୁ ଉଦ୍ୟମ କରିଥିବା ପାଇଲଟର ଇରାନ ସହ ସମ୍ପର୍କ ଥାଇପାରେ । ଯଦି ଇରାନ ଏପରି କିଛି କରିଛି, ତେବେ ଏହାର କଡ଼ା ଜବାବ ଦିଆଯିବ ବୋଲି ଧମକ ଦେଇଛନ୍ତି ଟ୍ରମ୍ପ ।
ଫ୍ଲାଏଦୁବାଇ ଆକ୍ରମଣକାରୀ ଏବଂ ଇରାନ ମଧ୍ୟରେ କୌଣସି ସମ୍ଭାବ୍ୟ ଲିଙ୍କ ବିଷୟରେ ତାଙ୍କୁ ସୂଚନା ଦିଆଯାଇଛି କି ବୋଲି ଗଣମାଧ୍ୟମ ଟ୍ରମ୍ପଙ୍କୁ ପଚରାଯାଇଥିଲା । ଉତ୍ତରରେ ଟ୍ରମ୍ପ ” ଆମେ ବର୍ତ୍ତମାନ ଏହା ଉପରେ କାର୍ଯ୍ୟ କରୁଛୁ । ଆମେ ଏହା ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିବା । ମୁଁ ଯାହା ଶୁଣୁଛି ତାହାର ଆଧାରରେ ମୁଁ କହିବି, ଉତ୍ତର ହେଉଛି ‘ହଁ’, କିନ୍ତୁ ଆମେ ତଥାପି ଏହା ଉପରେ କାର୍ଯ୍ୟ କରୁଛୁ । ବ୍ୟସ୍ତ ହୁଅନାହିଁ କାମ ଚାଲିଛି । ”
ହ୍ୱାଇଟ୍ ହାଉସ୍ରେ ଟ୍ରମ୍ପଙ୍କୁ ଦ୍ୱିତୀୟ ପ୍ରଶ୍ନ ପଚରାଯାଇଥିଲା ଯେ, ଯଦି ଏହି ଆକ୍ରମଣ ପାଇଁ ଇରାନ ଦାୟୀ, ତେବେ ଆମେରିକା ଏହାର ପ୍ରତିଶୋଧ ନେବ କି ? ଟ୍ରମ୍ପ ସିଧାସଳଖ ଉତ୍ତର ଦେଇଥିଲେ, “ବ୍ୟସ୍ତ ହୁଅ ନାହିଁ, ମୁଁ ତାଙ୍କୁ ଏମିତି ମାରିବ ମନେ ରଖିବେ ।” ଏହା ପରେ, ତୃତୀୟ ପ୍ରଶ୍ନରେ ଆମେରିକାର ରାଷ୍ଟ୍ରପତିଙ୍କୁ ପଚରାଯାଇଥିଲା କି ସେହି ବ୍ୟକ୍ତିଙ୍କୁ ଆଇଆରଜିସି ବିମାନକୁ ପଠାଇଥାଇ ପାରେ କିମ୍ବା ବିମାନକୁ ଗୁଳି କରି ଖସାଇବାକୁ ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କୁ ଅନ୍ୟ କୌଣସି ଉପାୟରେ ଉଗ୍ରବାଦୀ କରାଯାଇଥାନ୍ତା ? ଟ୍ରମ୍ପ ଉତ୍ତର ଦେଇଛନ୍ତି ଯେ ହଁ, ଏହା ହୋଇଥାଇପାରେ ।
ସୌଜନ୍ୟ ପ୍ରମେୟ




