ଜାତୀୟ

FASTag New Rules: ଏଣିକି ପ୍ରତିବର୍ଷ ନୁହେଁ, ୩-୫ ବର୍ଷ ଯାଏଁ ବୈଧ ରହିବ Exempted FASTag

ନୂଆଦିଲ୍ଲୀ, ୧୦।୨: ରାଜପଥରେ ଯାତାୟାତ କରୁଥିବା ଦିବ୍ୟାଙ୍ଗଜନଙ୍କ ପାଇଁ ସରକାର FASTag ନିୟମରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି । ଏଣିକି ଟୋଲ୍ ଟ୍ୟାକ୍ସରୁ ଛାଡ଼ ପାଉଥିବା ‘Exempted FASTag’କୁ ଆଉ ପ୍ରତିବର୍ଷ ନବୀକରଣ କରିବାକୁ ପଡ଼ିବ ନାହିଁ । ନୂଆ ନିୟମ ଅନୁସାରେ, ଦିବ୍ୟାଙ୍ଗତାର ଶତକଡ଼ା ଆଧାରରେ FASTag ର ବୈଧତା ସ୍ଥିର କରାଯିବ । ଅର୍ଥାତ୍ ଦିବ୍ୟାଙ୍ଗତାର ପରିମାଣ ଯେତେ ଅଧିକ ହେବ, FASTag ର ବୈଧତା ସେତେ ଦୀର୍ଘ ହେବ । ସରକାରଙ୍କ ଏହି ନୂଆ ବ୍ୟବସ୍ଥା ଆଜି, ଅର୍ଥାତ୍ ୨ ଅକ୍ଟୋବର ୨୦୨୬ ରୁ ସାରା ଦେଶରେ ଲାଗୁ ହୋଇଛି ।

କାହାକୁ ମିଳିବ କେତେ ବର୍ଷର ୱାଲିଡିଟି ?

ପୂର୍ବରୁ ଦିବ୍ୟାଙ୍ଗମାନଙ୍କୁ ପ୍ରତିବର୍ଷ ନିଜର FASTag ନବୀକରଣ କରିବାକୁ ପଡ଼ୁଥିଲା । କିନ୍ତୁ ନୂଆ ନିୟମରେ ଏହି ପ୍ରକ୍ରିୟାକୁ ଅତ୍ୟନ୍ତ ସହଜ କରାଯାଇଛି । ଯେଉଁ ହିତାଧିକାରୀଙ୍କ UDID କାର୍ଡ କିମ୍ବା ଦିବ୍ୟାଙ୍ଗ ପ୍ରମାଣପତ୍ରରେ ୭୦% ରୁ ୧୦୦% ଦିବ୍ୟାଙ୍ଗତା ଉଲ୍ଲେଖ ରହିଛି, ସେମାନଙ୍କ FASTag ର ବୈଧତା ୫ ବର୍ଷ ପର୍ଯ୍ୟନ୍ତ ରହିବ । ଯେଉଁମାନଙ୍କର ଦିବ୍ୟାଙ୍ଗତା ୪୦% କିମ୍ବା ତା’ଠାରୁ ଅଧିକ କିନ୍ତୁ ୭୦% ରୁ କମ୍, ସେମାନଙ୍କ FASTag ର ୱାଲିଡିଟି ୩ ବର୍ଷ ପାଇଁ ମିଳିବ ।

କେଉଁ ଗାଡ଼ିକୁ ମିଳିବ ଏହି ଛାଡ଼ ?

ସମସ୍ତ ପ୍ରକାରର ଯାନବାହନ ପାଇଁ ଏହି ଛାଡ଼ ଲାଗୁ ହେବ ନାହିଁ । କେବଳ କିଛି ଗାଡ଼ିଗୁଡ଼ିକ ଏହି ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଦିବ୍ୟାଙ୍ଗଜନଙ୍କ ବ୍ୟବହାର ପାଇଁ ବିଶେଷ ଭାବରେ ପ୍ରସ୍ତୁତ କିମ୍ବା ମୋଡିଫାଏଡ୍ କରାଯାଇଥିବା ଗାଡ଼ି । ‘Divyangjan’ ଓନରସିପ୍ କ୍ୟାଟେଗୋରୀ ଅଧୀନରେ ପଞ୍ଜୀକୃତ ହୋଇଥିବା ଯାନବାହନ । ପୂର୍ବ ବ୍ୟବସ୍ଥାରେ ପ୍ରତିବର୍ଷ FASTag ରୋଲ୍-ଓଭର କିମ୍ବା ରିନିୟୁ କରିବାକୁ ପଡ଼ୁଥିବାରୁ ଦିବ୍ୟାଙ୍ଗଜନଙ୍କୁ ବାରମ୍ବାର ଆରଟିଓ ଅଫିସ୍ ଦୌଡ଼ିବା ସହ ଅନେକ କାଗଜପତ୍ର ଦାଖଲ କରିବାକୁ ପଡ଼ୁଥିଲା । ଏହାଦ୍ୱାରା ସେମାନେ ନାନା ହଇରାଣ ହେଉଥିଲେ । ଏହି ପ୍ରକ୍ରିୟାକୁ ସରଳ କରିବା ଏବଂ ଦିବ୍ୟାଙ୍ଗମାନଙ୍କୁ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button