ରାଜ୍ୟ

Family Dispute: ଶାଶୂ-ବୋହୂ କଳହରୁ ଉଗ୍ରକାଣ୍ଡ: ବୋହୂ ଉପରକୁ ଗରମ ତେଲ ଫିଙ୍ଗିଲେ ଶାଶୂ

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମଠନୂଆଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶାଶୂ-ବୋହୂଙ୍କ ମଧ୍ୟରେ କୌଣସି କାରଣକୁ ନେଇ ସୃଷ୍ଟି ହୋଇଥିବା କଳହ ଶେଷରେ ଉଗ୍ର ରୂପ ନେଇଛି।

ଔପଦା(ଅଶୋକ କୁମାର ପ୍ରଧାନ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମଠନୂଆଗାଁ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶାଶୂ-ବୋହୂଙ୍କ ମଧ୍ୟରେ କୌଣସି କାରଣକୁ ନେଇ ସୃଷ୍ଟି ହୋଇଥିବା କଳହ ଶେଷରେ ଉଗ୍ର ରୂପ ନେଇଛି। ଉତ୍ତ୍ୟକ୍ତ ଶାଶୂ ନିଜ ବୋହୂ ଉପରକୁ ଗରମ ତେଲ ଫୋପାଡ଼ି ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
​

ମିଳିଥିବା ସୂଚନା ଅନୁଯାୟୀ, ମଠନୂଆଗାଁର ହରିହର ସିଅଳଙ୍କ ସ୍ତ୍ରୀ ସୁଇଟ୍‌‌ଙ୍କ ସହ ତାଙ୍କ ଶାଶୂଙ୍କର କୌଣସି କଥାକୁ ନେଇ ବାକ୍‌ଯୁଦ୍ଧ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଶାଶୁ ରୋଷେଇ ଘରୁ ଗରମ ତେଲ ଆଣି ସୁଇଟ୍‌ଙ୍କ ଉପରକୁ ଛାଟି ଦେଇଥିଲେ। ଗରମ ତେଲ ପଡ଼ିବାରୁ ସୁଇଟ୍‌ଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇ ଗୁରୁତର ଅବସ୍ଥା ସୃଷ୍ଟି ହୋଇଥିଲା।

​ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ

ଚିତ୍କାର ଶୁଣି ସମ୍ପର୍କୀୟ ଖୁଡ଼ୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତେବେ କେଉଁ ନିର୍ଦ୍ଦିଷ୍ଟ କାରଣରୁ ଏହି ପାରିବାରିକ ବିବାଦ ସୃଷ୍ଟି ହେଲା, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button