ଜାତୀୟ

ଗ୍ରାହକଙ୍କୁ ପୁଣି ଲାଗିବ ଝଟକା: ୨୦୨୭ ସ୍ୱାସ୍ଥ୍ୟ ବୀମାରେ ବଡ଼ ପରିବର୍ତ୍ତନ ପ୍ରସ୍ତାବ, ଜାନୁଆରୀରୁ ଗ୍ରାହକ ଭରିପାରନ୍ତି ଦେୟର ୧୦%

ନୂଆଦିଲ୍ଲୀ,୦୫/୧୦: ୨୦୨୭ ଜାନୁଆରୀରୁ ସ୍ୱାସ୍ଥ୍ୟ ବୀମା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ନେଇ ଜେନେରାଲ ଇନସ୍ୟୁରାନ୍ସ କାଉନସିଲ୍ ପ୍ରସ୍ତାବ ରହିଛି । ଏଥିରେ ସ୍ୱାସ୍ଥ୍ୟ ବୀମା ଦାବିରେ ଗ୍ରାହକଙ୍କଠାରୁ ୧୦% ଅଂଶ ନିଆଯିବାକୁ ସାମିଲ କରାଯାଇଛି । ସ୍ୱାସ୍ଥ୍ୟ ବୀମା ଉପରେ ସରକାର ଜିଏସ୍‌ଟି  ଛାଡ଼ କରିବା ପରେ ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିଥିଲା । ମାତ୍ର ପ୍ରସ୍ତାବିତ ନିୟମ କାର୍ଯ୍ୟକାରୀ ହେଲେ ଏହା ଗ୍ରାହକଙ୍କ ଉପରେ ପୁଣି ଥରେ ବୋଝ ହେବା ଆଶଙ୍କା ରହିଛି ।

ପ୍ରସ୍ତାବ ମୁତାବକ, ଅଣଜୀବନବୀମା କମ୍ପାନିଗୁଡିକ ରିଟେଲ୍ ସ୍ୱାସ୍ଥ୍ୟ ବୀମା ପଲିସିରେ ୧୦ ପ୍ରତିଶତ କୋ ପେମେଣ୍ଟ ବା ସହଦେୟ ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଏହା ଜରିଆରେ ପଲିସିଧାରୀଙ୍କୁ ହସ୍ପିଟାଲ ଭର୍ତ୍ତି ଜନୀତ ଖର୍ଚ୍ଚର ୧୦% ନିଜେ ଭରିବାକୁ ପଡ଼ିବ । ତେବେ ଗ୍ରାହକଙ୍କ ଅଂଶ ଗୋଟିଏ କ୍ଲେମ୍ ଉପରେ ୫ ଲକ୍ଷ ଟଙ୍କା ଯାଏ ସୀମିତ ରଖିବାକୁ ପ୍ରସ୍ତାବରେ କୁହାଯାଇଛି । ଏହା ବଦଳରେ ଗ୍ରାହକଙ୍କୁ ବାର୍ଷିକ ପ୍ରିମିୟମ କମ୍ ଦେବାକୁ ପଡ଼ିପାରେ । ଏହା ସହ ହସ୍ପିଟାଲ ଗୁଡିକରେ କମନ୍ ଏମ୍ପାନେଲ୍‌ମେଣ୍ଟ ଏବଂ ବୀମା କମ୍ପାନି-ହସ୍ପିଟାଲ ମଧ୍ୟରେ ବିବାଦ ସମାଧାନ ଲାଗି ଔପଚାରିକ ବ୍ୟବସ୍ଥା ଆପଣାଇବାକୁ ମଧ୍ୟ ପ୍ରସ୍ତାବ ରହିଛି । କମ୍ପ୍‌ରି ହେନସିଭ୍ ସ୍ୱାସ୍ଥ୍ୟ ବୀମା ରଖୁଥିବା ଗ୍ରାହକଙ୍କୁ ମେଡିକାଲ ଜରୁରୀ ହସ୍ପିଟାଲ ଭର୍ତ୍ତି କ୍ଷେତ୍ରରେ କିଛି ଅର୍ଥ ନିଜ ପାଖରେ ରଖିବାକୁ ମଧ୍ୟ ହେବ ।

କ୍ୟାଶଲେସ ହେଉକି ରିଇମ୍ବର୍ସମେଣ୍ଟ୍ ସୁବିଧା ହସ୍ପିଟାଲରେ ଭର୍ତ୍ତିହେବା ପରଠାରୁ ମୋଟ୍ ଖର୍ଚ୍ଚର ୧୦% ଭରିବେ ଗ୍ରାହକ । ତେବେ ଓପିଡି କ୍ଲେମ ଏହି ପ୍ରସ୍ତାବ ବାହାରେ ରହିଛି । ଏହି ନିୟମ ଦୁର୍ଘଟଣା ଜନିତ ହସ୍ପିଟାଲ ଖର୍ଚ୍ଚ ପାଇଁ ମଧ୍ୟ ଲାଗୁ ହେବ । ରିଟେଲ୍ ଇଣ୍ଡେମ୍‌ନିଟି ହେଲ୍‌ଥ ପଲିସି, ରିଟେଲ ଗ୍ରୁପ ପଲିସି, କମ୍ବି ପ୍ରଡକ୍ଟ, ପୋର୍ଟେବିଲିଟି ବିଜ୍ନେସ କ୍ଷେତ୍ରରେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବ । ଏହି କୋପେମେଣ୍ଟକୁ କୌଣସି ରାଇଡର କିମ୍ବା ଅନ୍ୟ ବୀମା ପଲିସି ଜରିଆରେ ଏଡାଇ ହେବନାହିଁ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button