Vedic education : ୧୦ ବର୍ଷ ବୟସରେ ଛାଡ଼ିଲେ ସ୍କୁଲ… ପଢିଲେ ବେଦ, ଏବେ ଇସ୍ରୋ ବୈଜ୍ଞାନିକ…

ନୂଆଦିଲ୍ଲୀ, ୧୦/୩ : ୧୦ ବର୍ଷ ବୟସରେ ଛାଡ଼ିଲେ ସ୍କୁଲ… ପଢିଲେ ବେଦ । ଏବେ ଇସ୍ରୋ ବୈଜ୍ଞାନିକ । କେରଳର ଗୋବିନ୍ଦ କୃଷ୍ଣନ ଏମ୍ ଙ୍କ କ୍ୟାରିଅର କୌଣସି ଫିଲ୍ମ କାହାଣୀ ଠୁ କମ୍ ନୁହେଁ । ଯେଉଁ ବୟସରେ ପିଲାମାନେ ସ୍କୁଲରେ ଖେଳକୁଦ କରନ୍ତି, ଗୋବିନ୍ଦ ସେହି ବୟସରେ ସମ୍ପୂର୍ଣ୍ଣ ଭିନ୍ନ ରାସ୍ତା ଆପଣେଇଲେ । ସେ ଚତୁର୍ଥ ଶ୍ରେଣୀରେ ରେଗୁଲାର୍ ସ୍କୁଲ ଯିବା ଛାଡ଼ିଦେଲେ । ଏହାପରେ ସେ ଗୁରୁକୁଳରେ ବେଦ ଅଧ୍ୟୟନ କରିବା ଆରମ୍ଭ କଲେ । ଇଂଲିସ୍ ମିଡିଅମ୍ ସ୍କୁଲରେ ପଢିବାକୁ ପ୍ରତିଯୋଗିତା ଚାଲିଥିବା ବେଳେ ସେ ପାରମ୍ପରିକ ଶିକ୍ଷା ଗ୍ରହଣ କରିବାକୁ ମନ ବଳାଇଲେ । କେହି ଭାବି ନଥିଲେ ଗୁରୁକୂଳରେ ପଢି ଗୋବିନ୍ଦ ଦିନେ ଇସ୍ରୋରେ ବୈଜ୍ଞାନିକ ହେବେ । ହେଲେ ଏହା କେମିତି ସମ୍ଭବ ? ଗୁରୁକୂଳରେ ପଢି କେମିତି ବୈଜ୍ଞାନିକ ହେଲେ ଗୋବିନ୍ଦ ?
କନ୍ନୁରର ଗୋବିନ୍ଦ କୃଷ୍ଣନ ୨୦୧୧ ମସିହାରେ ପୟାନୁର କେନ୍ଦ୍ରୀୟ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପାସ୍ କରିଥିଲେ । ଏହାପରେ ସେ ରେଗୁଲାର୍ ସ୍କୁଲ୍ ଶିକ୍ଷାରୁ କିଛି ଅଲଗା କରିବାକୁ ନିଷ୍ପତ୍ତି ନେଲେ । ସେ କେରଳର ତ୍ରିଶୁର ସ୍ଥିତ ବ୍ରହ୍ମସ୍ଵମ ମଠର ଗୁରୁକୂଳରେ ଅଧ୍ୟୟନ କରିବା କରିବା ଆରମ୍ଭ କଲେ । ଏହି ଦୁନିଆ ତାଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସ୍କୁଲରେ ଦିନଚର୍ଯ୍ୟା ତାଙ୍କ ପାଇଁ ଅଲଗା ଥିଲା । ଗୋବିନ୍ଦ ଯର୍ଜୁବେଦ ଅଧ୍ୟୟନ କଲେ । ମନ୍ତ୍ର ଗୁଡ଼ିକୁ ଶୁଣି ଶୁଣି ଶିଖିଲେ, ବାରମ୍ଵାର ଉଚ୍ଚାରଣ କରି ମନେ ରଖିଲେ ।
ସୌଜନ୍ୟ ପ୍ରମେୟ



