ଜାତୀୟ

RBI Repo Rate Hike: ସୁଧହାର ବଢ଼ାଇପାରେ ରିଜର୍ଭ ବ୍ୟାଙ୍କ; ମହଙ୍ଗା ହୋଇପାରେ ସବୁ ବ୍ୟାଙ୍କ ଲୋନ୍

ନୂଆଦିଲ୍ଲୀ, ୦୫/୧୦: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି (MPC)ର ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାରଠାରୁ ଆରମ୍ଭ ହେଉଛି। ତିନିଦିନିଆ ବୈଠକ ପରେ ଅକ୍ଟୋବର ୭ ତାରିଖରେ ରେପୋ ରେଟ୍ ସମ୍ପର୍କରେ ଆରବିଆଇ ନିଷ୍ପତ୍ତି ଘୋଷଣା କରିବ। ଚଳିତଥର ରେପୋ ରେଟରେ ୦.୨୫ ପ୍ରତିଶତ ବା ୨୫ ବେସିସ୍ ପଏଣ୍ଟ ବୃଦ୍ଧିର ସମ୍ଭାବନା ରହିଛି। ଏଭଳି ହେଲେ ରେପୋ ରେଟ୍ ୫.୨୫ ପ୍ରତିଶତରୁ ବଢ଼ି ୫.୫୦ ପ୍ରତିଶତ ହୋଇପାରେ।

ମୂଦ୍ରାସ୍ଫୀତିର ନୂଆ ଚାପ:

ଗତ ଅଗଷ୍ଟରେ ହୋଇଥିବା ଏମପିସି ବୈଠକ ପରେ ଦେଶ ତଥା ବିଶ୍ୱ ଅର୍ଥନୀତିର ପରିସ୍ଥିତିରେ ବଡ଼ ପରିବର୍ତ୍ତନ ଆସିଛି। ପଶ୍ଚିମ ଏସିଆରେ ଜାରି ରହିଥିବା ଅଶାନ୍ତି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିଛି। ଅଗଷ୍ଟରେ ଏହାର ଦର ହାରାହାରି ୯୧ ଡଲାର ପ୍ରତି ବ୍ୟାରେଲ ଥିବା ବେଳେ ସେପ୍ଟେମ୍ବର ଆରମ୍ଭରେ ଏହା ୧୦୦ ଡଲାର ଟପିଥିଲା। ଯୋଗାଣ ବାଧା କାରଣରୁ ସେପ୍ଟେମ୍ବର ୯ରେ ଦର ୧୧୩ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା। ସେପ୍ଟେମ୍ବର ଶେଷରେ ବ୍ରେଣ୍ଟ କ୍ରୁଡ୍ ୧୦୩ ଡଲାରରେ ବନ୍ଦ ହୋଇଥିଲା। ଏହା ଆରବିଆଇର ୮୫ ଡଲାର ଅନୁମାନଠାରୁ ଯଥେଷ୍ଟ ଅଧିକ। ଅନ୍ୟପଟେ ଦୁର୍ବଳ ମୌସୁମୀ ବର୍ଷା ଚାଷବାସକୁ ପ୍ରଭାବିତ କରିଛି। ଏହା ଖାଦ୍ୟ ସାମଗ୍ରୀ ଦର ଉପରେ ଚାପ ବଢ଼ାଇପାରେ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button