KKK 15: ମାଲେମାଲ୍ ‘ଖତରୋଁ କେ ଖିଲାଡ଼ି’ ବିଜେତା ଅବିନାଶ ଶର୍ମା, ଟ୍ରଫି, କାର ସହ ଟଙ୍କା ବର୍ଷା

ମୁମ୍ବାଇ,୦୫/୧୦; ପ୍ରାୟ ୨ ମାସ ଧରି ଚାଲିଥିବା ରୋହିତ ସେଟ୍ଟୀଙ୍କ ଶୋ ‘ଖତରୋଁ କେ ଖିଲାଡ଼ି ୧୫’ର ଯାତ୍ରା ଶେଷ ହୋଇଛି । ଏହି ଡେଞ୍ଜର ଶୋର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହା ସହିତ, ଏହି ସିଜନ୍ ସମାପ୍ତ ହୋଇଛି । ଏହି ସିଜନର ଟିଭି ଅଭିନେତା ଅବିନାଶ ମିଶ୍ର ବାଜିମାତ୍ କରିଛନ୍ତି । ତାଙ୍କ ନାମ ଘୋଷଣା ହେବା ମାତ୍ରେ ତାଙ୍କ ସାଥୀ ପ୍ରତିଯୋଗୀମାନେ ତାଙ୍କ ପାଇଁ ଜୋରରେ କରତାଳି ଦେବା ଆରମ୍ଭ କରିଥିଲେ ଏବଂ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର କରିଛନ୍ତି । ବିଜେତା ହେବା ପାଇଁ ଟ୍ରଫି ସହିତ ଅବିନାଶଙ୍କୁ ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ମିଳିଛି । ଫାଇନାଲ୍ ରିତିକ୍ ଧନଞ୍ଜାନୀ ଓରିଙ୍କୁ ଫାଇନାଲ୍ରେ ପରାସ୍ତ କରି ବାଜି ମାରିଛନ୍ତି ଅବିନାଶ ।
ହୋଷ୍ଟ ରୋହିତ ଶେଟ୍ଟୀ ପ୍ରଥମ ବିଜେତା ଭାବରେ ଅବିନାଶଙ୍କ ନାମ ଘୋଷଣା କରିଥିଲେ। ଏହାପରେ ସେ ଟ୍ରଫି ହସ୍ତାନ୍ତର କରିଥିଲେ। ଏହା ପରେ ଟ୍ରଫି ସହିତ ଅବିନାଶଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଦିଆଯାଇଛି । କେବଳ ଏତିକି ନୁହେଁ, ସେ ଏକ ମାରୁତି ସୁଜୁକି ସ୍ୱିଫ୍ଟ କାର୍ ମଧ୍ୟ ପାଇଛନ୍ତି ଅବିନାଶ ।
ସୌଜନ୍ୟ ପ୍ରମେୟ



