ଖେଳ

Team India schedule: ନନ୍‌ଷ୍ଟପ ଆକ୍ସନ ପାଇଁ ପ୍ରସ୍ତୁତ ଭାରତ, ୨୬ ଦିନରେ ଖେଳିବ ୧୦ଟି ମହାମୁକାବିଲା

ନୂଆଦିଲ୍ଲୀ,୦୫/୧୦; ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ଭାରତୀୟ ଟି-୨୦ ଦଳକୁ ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ। ଆଗାମୀ ଏକ ମାସ ଭାରତୀୟ ଖେଳାଳିଙ୍କ ପାଇଁ ବହୁ ବ୍ୟସ୍ତବହୁଳ ହେବାକୁ ଯାଉଛି । ଟିମ୍ ଇଣ୍ଡିଆ ଆସନ୍ତା ୨୬ ଦିନ ମଧ୍ୟରେ ମୋଟ ୧୦ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ଏହି କଠିନ ଏବଂ ନିରନ୍ତର ପର୍ଯ୍ୟାୟ ଅକ୍ଟୋବର ୬ ଅର୍ଥାତ୍ ମଙ୍ଗଳବାରରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ଟି-ଟ୍ୱେଣ୍ଟି ସିରିଜରୁ ଆରମ୍ଭ ହେବ । ଏହା ପରେ ଦଳ ନ୍ୟୁଜିଲାଣ୍ଡ ଯିବ ।

ଏତେ କମ୍ ଦିନରେ ଲଗାତାର ୧୦ଟି ମ୍ୟାଚ୍ ଖେଳୁଥିବାରୁ କ୍ରମାଗତ ଯାତ୍ରା ହେତୁ ଖେଳାଳିଙ୍କ ଥକାପଣ ଏବଂ ଆହତ ହେବାର ସମସ୍ୟା ବଢିଥାଏ । ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଅଧିନାୟକ ଶ୍ରେୟସ ଆୟରଙ୍କ ଆଗରେ ଏହି ବିପଦର ମୁକାବିଲା ପାଇଁ ଖେଳାଳିଙ୍କ କାର୍ଯ୍ୟଭାର ପରିଚାଳନା କରିବା ସବୁଠାରୁ ବଡ଼ ଆହ୍ୱାନ୍ । କ୍ରମାଗତ ମ୍ୟାଚ୍ କୁ ଦୃଷ୍ଟିରେ ରଖି ଟିମ୍ ମ୍ୟାନେଜମେଣ୍ଟ ରୋଟେସନ୍ ପଲିସିର ସାହାରା ନେଇପାରେ, ଯାହା ଦ୍ୱାରା ବେଞ୍ଚରେ ବସିଥିବା ଯୁବ ଖେଳାଳିମାନେ ମଧ୍ୟ ନିଜର ଦକ୍ଷତା ପ୍ରମାଣ କରିବାର ପୂର୍ଣ୍ଣ ସୁଯୋଗ ପାଇପାରିବେ । ଭାରତୀୟ ଦଳକୁ ଏବେ ଆଗାମୀ ମ୍ୟାଚ୍ ଉପରେ ଧ୍ୟାନ ଦେବାକୁ ପଡ଼ିବ ଏବଂ ଉନ୍ନତ ପ୍ରଦର୍ଶନ କରି ବିଜୟ ଧାରା ବଜାୟ ରଖିବାକୁ ପଡ଼ିବ। ତେବେ ଅଧିନାୟକ ଶ୍ରେୟସ ଆୟାର ୱେଷ୍ଟଇଣ୍ଡିଜ୍ ଦଳକୁ ହାଲୁକା ଭାବେ ନେବାର ଭୁଲ କରିବେ ନାହିଁ । ୱେଷ୍ଟଇଣ୍ଡିଜରେ ଏପରି ଅନେକ ଷ୍ଟାଲୱାର୍ଟ ଅଛନ୍ତି ଯେଉଁମାନେ ଭାରତ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button