ରାଜ୍ୟ
Fishing Trawler Seized ବେଆଇନ ଭାବେ ମାଛ ଧରୁଥିବା ଆନ୍ଧ୍ର ଟ୍ରଲର ଜବତ
ଆର୍ଯ୍ୟପଲ୍ଲୀ ନିକଟ ଓଡ଼ିଶା ଜଳସୀମାରେ ବେଆଇନ ମାଛ ଧରୁଥିବା ଆନ୍ଧ୍ର ଟ୍ରଲର ଜବତ। ମତ୍ସ୍ୟଜୀବୀ ଅଟକ ଓ ଜବତ ମାଛ ନିଲାମ ହୋଇଛି।

ଛତ୍ରପୁର: ଓଡ଼ିଶା ଜଳସୀମା ମଧ୍ୟରେ ବେଆଇନ ଭାବେ ମାଛ ଧରୁଥିବା ଆନ୍ଧ୍ରପ୍ରଦେଶର ଏକ ମାଛଧରା ଟ୍ରଲରକୁ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୁଲିସ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗର ମିଳିତ ଟିମ୍ ଜବତ କରିଛି। ଟ୍ରଲରରେ ଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ ଅଟକ ରଖାଯାଇଛି।
ସୂଚନା ଅନୁସାରେ, ଆର୍ଯ୍ୟପଲ୍ଲୀ ଉପକୂଳ ନିକଟ ଓଡ଼ିଶା ଜଳସୀମାରେ ଆନ୍ଧ୍ରପ୍ରଦେଶର ଏକ ଟ୍ରଲର ବେଆଇନ ଭାବେ ମାଛ ଧରୁଥିବା ନେଇ ଖବର ମିଳିଥିଲା। ଏହାପରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ପୁଲିସ ଓ ସାମୁଦ୍ରିକ ମତ୍ସ୍ୟ ବିଭାଗର ମିଳିତ ଟିମ୍ ଚଢ଼ାଉ କରି ଟ୍ରଲରଟିକୁ ଜବତ କରିଥିଲା। ଟ୍ରଲରରୁ ବିପୁଳ ପରିମାଣର ମାଛ ମଧ୍ୟ ଜବତ କରାଯାଇଥିଲା।
ସୌଜନ୍ୟ ସମ୍ବାଦ



