Cold Wave Alert: ନଭେମ୍ବର ଶେଷରୁ ଥରିବ ଓଡ଼ିଶା, ଡିସେମ୍ବରରେ ଜାଡ଼ ଅସମ୍ଭାଳ, ୨ରୁ ୩ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର, ୨୩/୧୧:ରାଜ୍ୟରେ ଏବେ ଶୀତର ପ୍ରକୋପ ସେତେଟା ଅନୁଭୂତ ହେଉନାହିଁ। ହେଲେ ନଭେମ୍ବର ଶେଷ ସପ୍ତାହରୁ ପାଗରେ ଆସିବ ପରିବର୍ତ୍ତନ। ଆସନ୍ତା ୨୮ ତାରିଖରୁ ଉପକୂଳ ସମେତ ସାରା ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ। ଫଳରେ ଥଣ୍ଡାର ପ୍ରକୋପ ବଢ଼ିବ। ବିଶେଷକରି ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଅଧିକ ଅନୁଭୂତ ହେବ। ସୋଆ ସିଇସି ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଏଭଳି ପୂର୍ବାନୁମାନ କରିଛନ୍ତି।
ଡ. ସାହୁଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଜଳୀୟବାଷ୍ପ ଓ ମେଘମୁକ୍ତ ଆକାଶ ଯୋଗୁଁ ଦିନର ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହୁଛି। ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହିବ । ତେବେ ୨୫ ତାରିଖରୁ କୁହୁଡ଼ିର ପ୍ରଭାବ କମିବ। ଏହାପରେ ଉତ୍ତର ଭାରତ ଦିଗରୁ ଶୁଷ୍କ ଓ ଥଣ୍ଡା ପବନ ବହିବା ଯୋଗୁଁ ରାତିର ତାପମାତ୍ରା ହ୍ରାସ ପାଇବ । ଡିସେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଶୀତର ପ୍ରଭାବ ଅଧିକ ସ୍ପଷ୍ଟ ଅନୁଭୂତ ହେବ । ଏଥର ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ଶୀତ ଋତୁ ଜାରି ରହିବାର ସମ୍ଭାବନା ରହିଛି । ତେବେ ମଝିରେ ମଝିରେ ପଶ୍ଚିମା ଝଡ଼ର ପ୍ରଭାବ ଯୋଗୁଁ କିଛି ଦିନ ପାଇଁ ଶୀତର ପ୍ରକୋପ କମିପାରେ ।
ସୌଜନ୍ୟ ପ୍ରମେୟ




