Mayurbhanj: ମୟୂରଭଞ୍ଜରେ କାୟା ମେଲାଉଛି ଯକ୍ଷ୍ମା: ବାସନ୍ଦ ଭୟରେ ରୋଗ ଲୁଚାଉଛନ୍ତି
ମୟୂରଭଞ୍ଜ ଜିଲ୍ଲାରେ କାୟାବିସ୍ତାର କରିଚାଲିଛି ଯକ୍ଷ୍ମା। ସାମାଜିକ ବାସନ୍ଦ ଭୟରେ କିଛି ଲୋକ ରୋଗ ଲୁଚାଉଥିବା ବେଳେ ଆଉ କେତେକ ନିୟମିତ ଔଷଧ ସେବନ କରୁନାହାନ୍ତି। ଯାହାଫଳରେ ଏହି ରୋଗ ନିୟନ୍ତ୍ରଣ ହୋଇପାରୁନି। ସଚେତନତା ଅଭାବ ହିଁ ଏହାର ମୁଖ୍ୟକାରଣ ବୋଲି କୁହାଯାଉଛି।

ବାରିପଦା (ବଟକୃଷ୍ଣ ବିହାରୀ): ମୟୂରଭଞ୍ଜ ଜିଲ୍ଲାରେ କାୟାବିସ୍ତାର କରିଚାଲିଛି ଯକ୍ଷ୍ମା। ସାମାଜିକ ବାସନ୍ଦ ଭୟରେ କିଛି ଲୋକ ରୋଗ ଲୁଚାଉଥିବା ବେଳେ ଆଉ କେତେକ ନିୟମିତ ଔଷଧ ସେବନ କରୁନାହାନ୍ତି। ଯାହାଫଳରେ ଏହି ରୋଗ ନିୟନ୍ତ୍ରଣ ହୋଇପାରୁନି। ସଚେତନତା ଅଭାବ ହିଁ ଏହାର ମୁଖ୍ୟକାରଣ ବୋଲି କୁହାଯାଉଛି। ଅନ୍ୟପଟେ ଠିକ୍ ସମୟରେ ଔଷଧ ଉପଲବ୍ଧ ହେଉ ନ ଥିବାରୁ ସଂକ୍ରମିତଙ୍କର ମୃତ୍ୟୁ ଘଟୁଛି। ଜିଲ୍ଲାରେ ଗତ ୫ ବର୍ଷର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ, ଯକ୍ଷ୍ମାରୋଗର ଉଦ୍ବେଗଜନକ ଚିତ୍ର ସାମନାକୁ ଆସିଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପୋର୍ଟାଲ ତଥ୍ୟ ମୁତାବକ, ଜିଲ୍ଲାରେ ୫ ବର୍ଷରେ ୧୯,୯୫୪ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବାବେଳେ ପ୍ରାଣ ହରାଇଲେଣି ୧୫୮୬ ଜଣ। ୨୦୧୯ରେ ୧ ହଜାର ୮୨୩ ଯକ୍ଷ୍ମାରୋଗୀ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୧ ହଜାଇ ୪୨୧ ଜଣ ଆରୋଗ୍ୟ ହୋଇଥିଲେ। ହେଲେ ପରବର୍ତ୍ତୀ ସମୟରେ ରୋଗୀସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ୨୦୨୦ରେ ୨ ହଜାର ୯୨୩ ଜଣ ଚିହ୍ନଟ ହୋଇଥିବାବେଳେ ୨ ହଜାର ୧୧ ଜଣ ସୁସ୍ଥ ହୋଇଥିଲେ। ୨୦୨୧ରେ ୨ ହଜାର ୯୮୨ ଜଣଙ୍କ ମଧ୍ୟରୁ ୨ ହଜାର ୩ ଜଣ, ୨୦୨୨ରେ ୩ ହଜାର ୧୨୧ ଜଣଙ୍କ ମଧ୍ୟରୁ ୨ ହଜାଇ ୧୨୨ ଜଣ ଓ ୨୦୨୩ରେ ୩ ହଜାର ୩୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଚିକିତ୍ସାପରେ ୨ ହଜାର ୧୬୩ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି।
ସୌଜନ୍ୟ ସମ୍ବାଦ



