ଖେଳ

Shreyas Iyer: ୧୦ ଚୌକା, ୬ ଛକା…ଏକାନ୍ନାରେ ଆୟର ଧମାକା, ବିସ୍ଫୋରକ ଶତକ ସହ ଭାଙ୍ଗିଲେ ୪ ରେକର୍ଡ

ନୂଆଦିଲ୍ଲୀ,୦୭/୧୦; ଶ୍ରେୟାସ ଆୟରଙ୍କ ବିସ୍ଫୋରକ ଶତକ ବଳରେ ଭାରତ ପ୍ରଥମ ଟି-ଟ୍ୱେଣ୍ଟିରେ ୱେଷ୍ଟ ଇଣ୍ଡିଜକୁ ୮ ୱିକେଟ୍ରେ ପରାସ୍ତ କରିଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ ୧୯.୧ ଓଭରରେ ୧୭୧ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଜବାବରେ ଭାରତ ୧୪.୪ ଓଭରରେ ୨ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଏକାନ୍ନାରେ ଦମଦାର ଇନିଂସ ଖେଳିଥିବା କ୍ୟାପ୍ଟେନ୍ ଶ୍ରେୟାସ ଆୟର ପ୍ଲେୟାର ଅଫ ଦି ମ୍ୟାଚ୍ ହୋଇଥିଲେ । କ୍ୟାପ୍ଟେନ୍ ଇନିଂସ ଖେଳିଥିଲେ । ୧୦ ଚୌକା ଏବଂ ୬ ଛକା ବଳରେ ଅପରାଜିତ ଶତକୀୟ ଖେଳିଥିଲେ । ଏହି ଧୂଆଁଧାର ଇନିଂସ ବଳରେ ସେ ୪ଟି ରେକର୍ଡ ଭାଙ୍ଗିଛନ୍ତି ।

୧୭୨ ରନ୍ ର ପିଛା କରିଥିବା ଭାରତୀୟ କ୍ରିକେଟ୍ ଦଳ ଭଲ ଆରମ୍ଭ କରିନଥିଲା । ସଞ୍ଜୁ ସାମସନ୍ (୧୧) ଓ ଅଭିଷେକ ଶର୍ମା (୨୧) ୩୫ ରନ୍ କରି ପ୍ୟାଭିଲିୟନକୁ ଫେରିଥିଲେ । କିନ୍ତୁ ଏହା ପରେ ଅଧିନାୟକ ଶ୍ରେୟାସ ଆୟାର ଈଶାନ କିଶନଙ୍କ ସହ ଚମତ୍କାର ଭାଗିଦାରୀ କରି ତୃତୀୟ ୱିକେଟକୁ ପଡ଼ିବାକୁ ଦେଇନଥିଲେ । ଇଶାନ ୩୭ ରନ୍ କରି ଅପରାଜିତ ରହିଥିଲେ । ଶ୍ରେୟାସ ୪୩ ବଲରେ ୬ ଛକା ଓ ୧୦ ଚୌକା ସହ ଅପରାଜିତ ୧୦୨ ରନ୍ କରିଥିଲେ ।

ସଫଳ ରନ୍ ଚେଜରେ ସର୍ବାଧିକ ରନ୍- ଏକ ସଫଳ ରନ୍ ଚେଜରେ ସବୁଠାରୁ ବଡ ଇନିଂସ ଖେଳିବା ଦୃଷ୍ଟିରୁ ଶ୍ରେୟାସ ଆୟାର କେଏଲ୍ ରାହୁଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ ଏହି ରେକର୍ଡ ୧୦୧ ରନ୍ କରିଥିବା କେଏଲ୍ ରାହୁଲଙ୍କ ନାମରେ ଥିଲା, କିନ୍ତୁ ବର୍ତ୍ତମାନ ସଫଳ ରନ୍ ଚେଜ୍ ରେ ଆୟର ସବୁଠାରୁ ବଡ ଇନିଂସ ହୋଇପାରିଛନ୍ତି ।

ୱେଷ୍ଟିଂ ବିପକ୍ଷରେ ଦ୍ରୁତତମ ଶତକ- ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ୟୁନାଲରେ ଶତକ ହାସଲ କରିବାରେ ଶ୍ରେୟସ ଆୟର ଦ୍ରୁତତମ ଭାରତୀୟ ବ୍ୟାଟର ହୋଇପାରିଛନ୍ତି। ସେ ୪୨ ବଲରେ ଶତକ ପୂରଣ କରିଥିଲେ ।

ଟି-୨୦ ଶତକ ହାସଲ କରିବାରେ ତୃତୀୟ ଭାରତୀୟ ଅଧିନାୟକ- ଶ୍ରେୟସ ଆୟରଙ୍କ ପୂର୍ବରୁ କେବଳ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅଧିନାୟକ ଭାବେ ଭାରତ ପାଇଁ ଶତକ ହାସଲ କରିଥିଲେ । ଆୟର ତୃତୀୟ ଭାରତୀୟ ଅଧିନାୟକ ଭାବେ ଟି-୨୦ରେ ଶତକ ହାସଲ କରିଛନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button