ଦେଶ ବିଦେଶ

Flydubai incident: ସ୍ମିତ୍ ମଛାରଙ୍କୁ ସର୍ବୋଚ୍ଚ ବେସାମରିକ ବୀରତ୍ୱ ପୁରସ୍କାର ପ୍ରଦାନ କରିବ ଇସ୍ରାଏଲ

ଫ୍ଲାଏଦୁବାଇ ବିମାନରେ ଏକ ବଡ଼ ଅଘଟଣକୁ ଏଡ଼ାଇ ଦେଇଥିବା ଭାରତୀୟ ପାଇଲଟ୍ କ୍ୟାପ୍‌ଟେନ୍‌ ସ୍ମିତ୍ ମଛାରଙ୍କୁ ଇସ୍ରାଏଲ ସମ୍ମାନିତ କରିବ। ଇସ୍ରାଏଲୀ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ଗୁରୁବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମଛାରଙ୍କୁ ନାଗରିକ ବୀରତ୍ୱ ପାଇଁ ରାଷ୍ଟ୍ରପତି ପୁରସ୍କାର...

ନୂଆଦିଲ୍ଲୀ: ଫ୍ଲାଏଦୁବାଇ ବିମାନରେ ଏକ ବଡ଼ ଅଘଟଣକୁ ଏଡ଼ାଇ ଦେଇଥିବା ଭାରତୀୟ ପାଇଲଟ୍ କ୍ୟାପ୍‌ଟେନ୍‌ ସ୍ମିତ୍ ମଛାରଙ୍କୁ ଇସ୍ରାଏଲ ସମ୍ମାନିତ କରିବ। ଇସ୍ରାଏଲୀ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍ ଗୁରୁବାର ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମଛାରଙ୍କୁ ନାଗରିକ ବୀରତ୍ୱ ପାଇଁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ସ୍ମିତ୍ ମଛାର ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି।

ରାଷ୍ଟ୍ରପତି ହର୍ଜୋଗ୍ ଜେରୁଜେଲମରେ ଛଅ ଜଣ ଇସ୍ରାଏଲୀ ଯାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସମୟରେ ମାଛରଙ୍କ ନାମ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଆଜି ଆମେ ସମ୍ମାନିତ କରୁଥିବା ଇସ୍ରାଏଲୀ ନାୟକମାନଙ୍କ ସହିତ ଭାରତର କ୍ୟାପ୍ଟେନ୍ ସ୍ମିତ୍ ମଛାରଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ। ତାଙ୍କର ସାହସ ଏବଂ ବୃତ୍ତିଗତତା ଏହି ବିପର୍ଯ୍ୟୟକୁ ରୋକିବାରେ ସାହାଯ୍ୟ କରିଥିଲା। ଯେତେବେଳେ ସେ ସୁସ୍ଥ ହେବେ, ମୁଁ ଇସ୍ରାଏଲର ଲୋକଙ୍କ ପକ୍ଷରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବାର ଗୌରବ ଅନୁଭବ କରିବି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button