ରାଜ୍ୟ
Accident: ସଇଁତଳାରେ ସିରିଜ ଦୁର୍ଘଟଣା: ଟ୍ରକ ଉପରକୁ ଚଢିଗଲା ଟ୍ରକ
ଏନ୍ଏଚ ୨୬ ଉପରେ ବଲାଙ୍ଗିର କେସିଙ୍ଗା ରାସ୍ତାରେ ଟ୍ରକ ଉପରକୁ ଚଢ଼ିଗଲା ଟ୍ରକ। ସଇଁତଲା ନବୀନ ଛକ ନିକଟରେ ହୋଇଛି ସିରିଜ ଦୁର୍ଘଟଣା | ତିନୋଟି ଟ୍ରକ ପରସ୍ପର ସହ ପିଟି ହୋଇ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି

ଦେଓଗାଁ/ସଇଁତଳା: ଏନ୍ଏଚ ୨୬ ଉପରେ ବଲାଙ୍ଗିରକେସିଙ୍ଗା ରାସ୍ତାରେ ଟ୍ରକ ଉପରକୁ ଚଢ଼ିଗଲା ଟ୍ରକ। ସଇଁତଲା ନବୀନ ଛକ ନିକଟରେ ହୋଇଛି ସିରିଜ ଦୁର୍ଘଟଣା | ତିନୋଟି ଟ୍ରକ ପରସ୍ପର ସହ ପିଟି ହୋଇ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଆଜି ସକାଳ ଭୋର ପାଞ୍ଚଟାରେ ବେଦାନ୍ତ କମ୍ପାନୀର ଏକ ପାଉଡର ବୋଝେଇ ଟ୍ରକ ଏକ ଲୁହାରଡ଼ ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। ତେବେ ଗୋଟିଏ ଟ୍ରକ୍ ତିନି ତିନିଟି ଟ୍ରକକୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଗୋଟିଏ ଟ୍ରକ ଡ୍ରାଇଭରର ମୃତ୍ୟୁ ହୋଇଥିବା ଜଣାପଡିଛି। ଏନେଇ ସଇଁତଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ମୃତ ଡ଼୍ରାଇଭର ଜଣକ ତାମିଲନାଡୁର ବୋଲି ଜଣାପଡ଼ିଛି |
ସୌଜନ୍ୟ ସମ୍ବାଦ




