ମନୋରଞ୍ଜନ

Nana Patekar: ଅଭିନୟର ଅନନ୍ୟ ମହାନାୟକ ନାନା ପାଟେକର: ୧୯୫୧-୨୦୨୬

ଭାରତୀୟ ସିନେମା ଜଗତର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ନାନା ପାଟେକରଙ୍କ ଜୀବନଦୀପ ନିର୍ବାପିତ ହୋଇଯାଇଛି। ଗୁରୁବାର ୭୫ ବର୍ଷ ବୟସରେ ଗୋଆସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଭାରତୀୟ ସିନେମା ଜଗତର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ନାନା ପାଟେକରଙ୍କ ଜୀବନଦୀପ ନିର୍ବାପିତ ହୋଇଯାଇଛି। ଗୁରୁବାର  ୭୫ ବର୍ଷ ବୟସରେ ଗୋଆସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନିଜର ଗମ୍ଭୀର କଣ୍ଠସ୍ୱର, ଅବିସ୍ମରଣୀୟ ଭାବପ୍ରକାଶ ଏବଂ ସଂଳାପ କହିବାର ସ୍ୱତନ୍ତ୍ର ଶୈଳୀ ପାଇଁ ସେ କ୍ରମାଗତ ୫ ଦଶନ୍ଧି ଧରି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି। ସେ କେବଳ ରୂପେଲି ପରଦାର ଜଣେ କଳାକାର ନଥିଲେ, ବରଂ ବାସ୍ତବ ଜୀବନରେ ଗରିବ ଓ ମରୁଡ଼ି ପ୍ରପୀଡ଼ିତ ଚାଷୀଙ୍କ ପାଇଁ  ଥିଲେ ଜଣେ ଦେବଦୂତ। ଚାଷୀମାନଙ୍କ ପାଇଁ ଲଗାତାର ସ୍ବର ଉତ୍ତୋଳନ ଓ ସହାୟତା ପ୍ରଦାନରେ ତାଙ୍କର ଭୂମିକା ଉଲ୍ଲେଖନୀୟ। ତାଙ୍କ ବିୟୋଗରେ ଭାରତୀୟ ଚଳଚ୍ଚିତ୍ର ଇତିହାସର ଏକ ଗୌରବମୟ ଅଧ୍ୟାୟର ଅବସାନ ଘଟିଛି। ସାମଗ୍ରିକ ଆକଳନ ଅନୁଯାୟୀ, ନାନା ପାଟେକର ତାଙ୍କ ସିନେମା କ୍ୟାରିୟରରେ ନିଜକୁ କୌଣସି ନିର୍ଦ୍ଦିଷ୍ଟ   ଚରିତ୍ରରେ ସୀମିତ ରଖିନଥିଲେ। ରଙ୍ଗମଞ୍ଚରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ଏହି ମହାନ କଳାକାର ସମାନ ଦକ୍ଷତାର ସହ ଜଣେ କ୍ରୋଧୀ ବ୍ୟକ୍ତିତ୍ବ, ଜଣେ କଠୋର ଅପରାଧୀ ଏବଂ ଜଣେ ହାସ୍ୟରସାତ୍ମକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରିପାରୁଥିଲେ। ସିନେମାରେ ଯେତିକି ନିଖୁଣ ଭାବେ ସେ ନିଜର ଆତ୍ମବିଶ୍ୱାସ ପ୍ରଦର୍ଶନ କରୁଥିଲେ, ସମାଜ ସେବାରେ ସେତିକି ବିନମ୍ରତାର ସହ କାର୍ଯ୍ୟ କରୁଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button