Landfall: ‘ଅର୍ଣ୍ଣବ’ ପରେ ବାତ୍ୟା ‘ଅକଭାନ୍’: ଏଣେ ଆସୁଛି ଓଡ଼ିଆ ଛବି ‘ଲ୍ୟାଣ୍ଡଫଲ୍’
ଗତ କିଛି ଦିନ ତଳେ ବାତ୍ୟା ‘ଅର୍ଣ୍ଣବ’ ଲ୍ୟାଣ୍ଡଫଲ୍ କରିଥିଲା, ଆଉ ତାର ପ୍ରଭାବ ଓଡ଼ିଶାବାସୀ ବି ଦେଖିବାକୁ ପାଇଛନ୍ତି। ଏଣେ ଏବେ ଆସୁଛି ଆଉ ଏକ ବାତ୍ୟା ‘ଅକଭାନ୍’। ଏହା ବି ଲ୍ୟାଣ୍ଡଫଲ୍ କରିବ। ହେଲେ ଆପଣମାନେ କ’ଣ ଜାଣନ୍ତି ଯେ ‘ଲ୍ୟାଣ୍ଡଫଲ୍’ ଟାଇଟଲ୍ରେ ଏକ ଓଡ଼ିଆ ଛବି ନିର୍ମାଣ ହେଉଛି।

ଭୁବନେଶ୍ବର: ଗତ କିଛି ଦିନ ତଳେ ବାତ୍ୟା ‘ଅର୍ଣ୍ଣବ’ ଲ୍ୟାଣ୍ଡଫଲ୍ କରିଥିଲା, ଆଉ ତାର ପ୍ରଭାବ ଓଡ଼ିଶାବାସୀ ବି ଦେଖିବାକୁ ପାଇଛନ୍ତି। ଏଣେ ଏବେ ଆସୁଛି ଆଉ ଏକ ବାତ୍ୟା ‘ଅକଭାନ୍’। ଏହା ବି ଲ୍ୟାଣ୍ଡଫଲ୍ କରିବ। ହେଲେ ଆପଣମାନେ କ’ଣ ଜାଣନ୍ତି ଯେ ‘ଲ୍ୟାଣ୍ଡଫଲ୍’ ଟାଇଟଲ୍ରେ ଏକ ଓଡ଼ିଆ ଛବି ନିର୍ମାଣ ହେଉଛି। ଖାଲି ସେତିକି ନୁହେଁ, ଏହାର ସୁଟିଂ ସରିଛି। ଆଉ ପୋଷ୍ଟ ପ୍ରଡକସନ୍ କାମ ବି ଚାଲିଛି। ଏହାର କାହାଣୀ ବି ଏହି ବାତ୍ୟାଜନିତ ଲ୍ୟାଣ୍ଡଫଲ୍ କଥାକୁ ନେଇ ଆଧାରିତ।
ସବ୍ୟସାଚୀ- ଦିବ୍ୟାସ୍ନାତା ଯୋଡ଼ି
ଓଲିଉଡର ଲୋକପ୍ରିୟ ନାୟକ ସବ୍ୟସାଚୀଙ୍କୁ ଦର୍ଶକ ଏହି ନୂଆ ଓଡ଼ିଆ ସିନେମାରେ ଦେଖିବାକୁ ପାଇବେ।ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ଦିବ୍ୟାସ୍ନାତାଙ୍କୁ ଦେଖିବାକୁ ମିଳିବ। ଏକ ନୂଆ ଯୋଡ଼ି ସବ୍ୟସାଚୀ- ଦିବ୍ୟାସ୍ନାତାଙ୍କ ଯୋଡ଼ିକୁ ଭେଟିବେ ଦର୍ଶକ। ଆଗରୁ ଦିବ୍ୟାସ୍ନାତା ‘ତିତିଲି’ ସିନେମାରେ ତୁଷାରଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିଥିଲେ। ‘ଦମନ’ ଫେମ୍ ନିର୍ଦ୍ଦେଶକ ଯୋଡ଼ି ଦେବୀ ପ୍ରସାଦ ଲେଙ୍କା ଓ ବିଶାଲ ମୌର୍ଯ୍ୟ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପିକ୍ସେଲ ମୁଭିଜ୍ ନିବେଦିତ ତଥା ପ୍ରଭାତ କୁମାର ପ୍ରଧାନଙ୍କ ପ୍ରଯୋଜିତ ଏହି ନୂଆ ଓଡ଼ିଆ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଗୌରବ ଆନନ୍ଦ ଏବଂ ସିନେମାଟୋଗ୍ରାଫର୍ ହେଲେ ପ୍ରତାପ ରାଉତ। ପ୍ରଭାତ କୁମାର ପ୍ରଧାନ ଆଗରୁ ବ୍ୟାଡ୍ ଗାର୍ଲ, ନାୟକର ନାଆଁ ଦେବଦାସ, ତିତଲି ଓ ଧର୍ମ ଦି ଫାଇଟର୍ ଭଳି ଓଡ଼ିଆ ଛବି ନିର୍ମାଣ କରିଛନ୍ତି।
ପ୍ରଯୋଜକ ପ୍ରଭାତ କୁମାର ପ୍ରଧାନଙ୍କର ଆକସ୍ମିକ ବିୟୋଗ
ସବୁଠାରୁ ଦୁଃଖର ବିଷୟ ହେଲା ଯେ ପ୍ରଯୋଜକ ପ୍ରଭାତ କୁମାର ପ୍ରଧାନଙ୍କର କିଛି ଦିନ ତଳେ ଆକସ୍ମିକ ବିୟୋଗ ଘଟିଛି। ତାଙ୍କ ନିଧନ ହେବା ପରେ ଫିଲ୍ମର ଅଗ୍ରଗତି ବାଧାପ୍ରାପ୍ତ ହୋଇଛି। ଦେଖାଯାଉ,ଏହି ସିନେମା କେବେ ମୁକ୍ତିଲାଭ କରୁଛି।
ସୌଜନ୍ୟ ସମ୍ବାଦ




