ମନୋରଞ୍ଜନ
Babushan: ‘ଅନ୍ତର୍ଯ୍ୟାମୀ’ର ପ୍ରମୋସନ୍ କଲେ ବାବୁସାନ୍, କହିଲେ ଫିଲ୍ମକୁ ଭଲ ପାଇବା ଦିଅନ୍ତୁ
ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ତାଙ୍କର ନୂଆ ଓଡ଼ିଆ ସିନେମା ‘ଅନ୍ତର୍ଯ୍ୟାମୀ’ର ପ୍ରମୋସନ୍ କରିଛନ୍ତି। ସେ କହିଛନ୍ତି ନିର୍ଦ୍ଦେଶକ ଶିବା ସତ୍ୟମ୍ ଓ ତାଙ୍କର ଟିମ୍ ଏହି ସିନେମା ଲାଗି ଖୁବ୍ ପରିଶ୍ରମ କରିଛନ୍ତି।

ଭୁବନେଶ୍ବର: ଓଲିଉଡର ଲୋକପ୍ରିୟ ନାୟକ ବାବୁସାନ୍ ତାଙ୍କର ନୂଆ ଓଡ଼ିଆ ସିନେମା ‘ଅନ୍ତର୍ଯ୍ୟାମୀ’ର ପ୍ରମୋସନ୍ କରିଛନ୍ତି। କିଛି ଦିନ ତଳେ ପ୍ରଯୋଜନା ସଂସ୍ଥା ବାବୁସାନଙ୍କୁ ନେଇ ଅସନ୍ତୁଷ୍ଟ ଥିବା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିଲା। କିନ୍ତୁ ବାବୁସାନ ସେ ପ୍ରସଙ୍ଗକୁ ଏଡ଼ାଇ ସୁଦୂର କୋରାପୁଟରୁ ଏକ ଭିଡିଓ ବାର୍ତ୍ତା ଜରିଆରେ ‘ଅନ୍ତର୍ଯ୍ୟାମୀ’ର ପ୍ରମୋସନ୍ କରିଛନ୍ତି। ସେ କହିଛନ୍ତି, ‘ଅନ୍ତର୍ଯ୍ୟାମୀ’ ଚଳିତ ମାସ ୨୭ ତାରିଖରେ ପରଦାକୁ ଆସିବ। ଏହାକୁ ସମସ୍ତଙ୍କ ଭଲ ପାଇବା ଆଶା କରିଛନ୍ତି। ସେ ଆହୁରି କହିଛନ୍ତି ନିର୍ଦ୍ଦେଶକ ଶିବା ସତ୍ୟମ୍ ଓ ତାଙ୍କର ଟିମ୍ ଏହି ସିନେମା ଲାଗି ଖୁବ୍ ପରିଶ୍ରମ କରିଛନ୍ତି। କୋରାପୁଟରେ ବାବୁସାନ ତାଙ୍କର ନୂଆ ସିନେମା ‘ନବରୂପ’ର ସୁଟିଂ କରୁଥିବା ହେତୁ ଏହାର ପ୍ରିମିୟରରେ ଉପସ୍ଥିତ ରହିବା ନେଇ ସନ୍ଦେହ ଉପୁଜିଛି।
ସୌଜନ୍ୟ ସମ୍ବାଦ




