ଜାତୀୟ

Visa Tension: Infosys, TCS, HCL ସମେତ ୮ କମ୍ପାନୀକୁ ବଡ଼ ଝଟ୍‌କା, ଗ୍ରୀନ୍ କାର୍ଡ ପ୍ରୋଗ୍ରାମରୁ ଓହରିଲା ଆମେରିକା

ନୂଆଦିଲ୍ଲୀ,୦୯/୧୦; ଆମେରିକା ଭିସାକୁ ନେଇ ପୁଣି ଅଡୁଆ । ଟ୍ରମ୍ପ ପ୍ରଶାସନ ଆମେରିକୀୟ ଇମିଗ୍ରେଶନ ସିଷ୍ଟମକୁ କଡ଼ାକଡ଼ି କରିବା ଦିଗରେ ତତ୍ପର ହୋଇଚାଲିଛି । ଏଚ୍-୧ବି ଭିସାର ଦୁରୂପଯୋଗ ଏବଂ ଆମେରିକାରେ ଯୋଗ୍ୟ କର୍ମଚାରୀ ଥାଇ ବି ବିଦେଶୀ କର୍ମଚାରୀଙ୍କୁ ଚାକିରିରେ ରଖିବା ଅଭିଯୋଗ ମଧ୍ୟରେ ପ୍ରଶାସନ କେତେକ ବଡ଼ ଟେକ୍ନୋଲୋଜି କମ୍ପାନିଙ୍କୁ ‘ପର୍ମାନେଣ୍ଟ ଲେବର ସାଟି ର୍ଫିକେଶନ’(ପିଇଆରଏମ୍) କାର୍ଯ୍ୟକ୍ରମରୁ ବାହାର କରିଦେଇଛି । ଏଥିରେ କଗ୍ନିଜାଣ୍ଟ, ଇନ୍ଫୋସିସ୍, ଟାଟା, ୱିପ୍ରୋ, କ୍ୟାପ୍‌ଜିମିନି ଏବଂ ଏଚ୍‌ସିଏଲ୍ ଭଳି କମ୍ପାନି ରହିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଭାରତୀୟଙ୍କ ଉପରେ ସିଧାସଳଖ ପ୍ରଭାବ ପଡ଼ିବ ।

ଆମେରିକାର ଉପ-ରାଷ୍ଟ୍ରପତି ଜେ.ଡି. ଭାନ୍ସ ମାଇକ୍ରୋସଫ୍ଟ ଉପରେ ଅଭିଯୋଗ ଆଣିଛନ୍ତି ଯେ, କମ୍ପାନି ହଜାର ହଜାର ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି । ଅନ୍ୟପକ୍ଷରେ, ହଜାର ହଜାର ଏଚ୍-୧ବି ଭିସା ଏବଂ ଗ୍ରୀନ୍ କାର୍ଡର ଫାଇଦା ବି ଉଠାଇଛି । ପ୍ରଶାସନ ଭିସା ସହ ଜଡ଼ିତ ପ୍ରୋଗ୍ରାମ୍ସର ଦୁରୂପଯୋଗକୁ ନେଇ ୯ଟି ବିଶ୍ୱବିଦ୍ୟାଳୟ ବିରୋଧରେ ଯାଞ୍ଚ ଆରମ୍ଭ କରିଛି । ଏହାଦ୍ୱାରା ଆମେରିକାରେ ବିଦେଶୀ କର୍ମଚାରୀ ଏବଂ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଅନିଶ୍ଚିତତା ବଢ଼ିଯାଇଛି । ପିଇଆର୍ଏମ୍ ପ୍ରୋଗ୍ରାମରୁ ମାଇକ୍ରୋସଫ୍ଟର ସସ୍ପେଣ୍ଡ ଘୋଷଣା କରି ଭାନ୍ସ କହିଲେ, କମ୍ପାନି ୬,୦୦୦ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି । ଅନ୍ୟପକ୍ଷରେ, ୬,୩୦୦ ଏଚ୍-୧ବି ଭିସା ଏବଂ ପ୍ରାୟ ୩,୦୦୦ ଗ୍ରୀନ୍ କାର୍ଡର ଫାଇଦା ଉଠାଇଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button