Student Election: ନିର୍ବାଚନୀ ହିଂସା ଆଶଙ୍କାରେ ଭଦ୍ରକର ୨ କଲେଜରେ ଭୋଟ୍ ବାତିଲ, ଜିଦ୍ରେ ଅଟଳ ଆଶାୟୀ ପ୍ରାର୍ଥୀ

ଭଦ୍ରକ, ୦୯/୧୦: ଛାତ୍ର ସଂସଦ ନିର୍ବାଚନକୁ ନେଇ ଭଦ୍ରକରୁ ଆସିଲା ବଡ଼ ଖବର। ସମ୍ବେଦନଶୀଳ ପରିସ୍ଥିତି ଓ ନିର୍ବାଚନୀ ହିଂସା ଆଶଙ୍କାକୁ ଦୃଷ୍ଟିରେ ରଖି ଜିଲ୍ଲାର ଦୁଇଟି ମହାବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି। ଭଦ୍ରକ ମହିଳା ମହାବିଦ୍ୟାଳୟ ଏବଂ ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନାଆମୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ନେଇ ନୋଟିସ୍ ଜାରି ହୋଇଛି। ୟୁନିଅନ୍ ଆଡଭାଇଜରି କମିଟିର ନିଷ୍ପତ୍ତି ଅନୁଯାୟୀ, ଏହି ପଦକ୍ଷେପ ନିଆଯାଇଛି। ତେବେ ନିର୍ବାଚନ ବାତିଲ ସତ୍ତ୍ୱେ କିଛି ଆଶାୟୀ ପ୍ରାର୍ଥୀ ସମର୍ଥକଙ୍କ ସହ ଶୋଭାଯାତ୍ରା କରୁଥିବା ଦେଖାଯାଇଛି। ଏହାକୁ ନେଇ କଲେଜ ପରିସରରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଦୀର୍ଘ ୮ ବର୍ଷ ପରେ ଚଳିତ ବର୍ଷ ଛାତ୍ର ସଂସଦନିର୍ବାଚନ ହେବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ଯାହାପରେ କଲେଜ କ୍ୟାମ୍ପରେ ରାଜନୈତ ଉତ୍ସାହ ଛାତ୍ରଛାତ୍ରୀଙ୍କ ଭିତରେ ଦେଖିବାକୁ ମିଳିଥିଲା। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଶାୟୀ ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରିଥିଲେ । ହେଲେ ଏସବୁ ଭିତରେ ଭଦ୍ରକରୁ ଆସିଛି ବଡ଼ ଖବର । ଭଦ୍ରକରେ ଦୁଇଟି ମହାବିଦ୍ୟାଳୟର ନିର୍ବାଚନ ବାତିଲ କରାଯାଇଛି । ସମ୍ବେଦନଶୀନ ଘଟଣା ପାଇଁ ନିର୍ବାଚନ ବାତିଲ କରିଛନ୍ତି କର୍ତ୍ତୃପକ୍ଷ । ତେବେ ନିର୍ବାଚନ ବାତିଲ ହୋଇଥିବା ମହାବିଦ୍ୟାଳୟ ଗୋଟିଏ ହେଲା ଭଦ୍ରକ ମହାବିଦ୍ୟାଳୟ । ଅନ୍ୟଟି ହେଉଛି ଭଣ୍ଡାରିପୋଖରୀ ବ୍ଲକ ନାଆମୀ ମହାବିଦ୍ୟାଳୟ । ଦୁଇଟି ମହାବିଦ୍ୟାଳୟର ନିର୍ବାଚନକୁ ବାତିଲ କରାଯାଇଛି ।
ସୌଜନ୍ୟ ପ୍ରମେୟ




