ଜାତୀୟ

Super El Niño : ‘ସୁପର ଏଲ୍ ନିନୋ’ର ମହାସଙ୍କଟ, ଯାଇପାରେ ସାଢେ ୪ ଲକ୍ଷରୁ ଅଧିକ ଜୀବନ

ଭୁବନେଶ୍ଵର, ୯/୧୦ : ‘ସୁପର ଏଲ୍ ନିନୋ’ର ମହାସଙ୍କଟ  । ବିଶ୍ୱ ବର୍ତ୍ତମାନ ଏକ ଅତ୍ୟନ୍ତ ଶକ୍ତିଶାଳୀ ଏଲ୍ ନିନୋ ପରିସ୍ଥିତି ଦେଇ ଗତି କରୁଛି। କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ରର ତାପମାତ୍ରା ସ୍ୱାଭାବିକଠାରୁ 3.4°C ଅଧିକ ରହିଛି । ୧୯୫୦ ପରଠାରୁ ଏହା ସବୁଠାରୁ ବିପଦପୂର୍ଣ୍ଣ ଏଲ୍ ନିନୋ ଭାବରେ ବର୍ଣ୍ଣନା କରାଯାଉଛି । ପାଣିପାଗ ବିଶେଷଜ୍ଞମାନେ ଏହାକୁ “ସୁପର-ଡୁପର ଏଲ୍ ନିନୋ” ବୋଲି କହୁଛନ୍ତି । ଏହା ବିଶ୍ୱର ଅନେକ ସ୍ଥାନରେ ଅତ୍ୟଧିକ ଗରମ, ମରୁଡ଼ି କିମ୍ବା ପ୍ରବଳ ବର୍ଷା ସୃଷ୍ଟି କରିପାରେ ।

ଚିକାଗୋ ବିଶ୍ୱବିଦ୍ୟାଳୟର କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବର ଗବେଷକଙ୍କ ଅନୁସାରେ, ଏହି ଏଲ୍ ନିନୋ ଜୁନ୍ ୨୦୨୬ରୁ ଫେବୃଆରୀ ୨୦୨୭ ମଧ୍ୟରେ ବିଶ୍ୱରେ ପ୍ରାୟ ସାଢେ ୪ ଲକ୍ଷ ଅତିରିକ୍ତ ମୃତ୍ୟୁ ଘଟାଇପାରେ । ଚଳିତ ବର୍ଷ, ଡିସେମ୍ବରରେ ଏଲ୍ ନିନୋ ଶୀର୍ଷରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଏହାର ପ୍ରଭାବରେ ଆଗାମୀ ମାସଗୁଡ଼ିକରେ ବିଶ୍ୱର ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ବୋଲି ଆଶା କରାଯାଉଛି । ବିଶ୍ୱ ପାଣିପାଗ ସଂଗଠନ ସତର୍କ କରାଇ ଦେଇଛି ଯେ ପରିବର୍ତ୍ତନଶୀଳ ବର୍ଷା ଢାଞ୍ଚା ଅନେକ ଅଞ୍ଚଳରେ ମରୁଡ଼ି ଏବଂ ବନ୍ୟାର ଆଶଙ୍କା ବୃଦ୍ଧି କରିପାରେ । ଏହାର ପ୍ରଭାବ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ରହିବ । ଉତ୍ତର ଗୋଲାର୍ଦ୍ଧରେ ୨୦୨୭ ବସନ୍ତ ପର୍ଯ୍ୟନ୍ତ ରହିପାରେ । ଫେବୃଆରୀ ୨୦୨୭ ପର୍ଯ୍ୟନ୍ତ ଏହା ଜାରି ରହିବାର ପ୍ରାୟ ୧୦୦% ସମ୍ଭାବନା ଥିବା ପୂର୍ବାନୁମାନ କରା ଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button