ଜାତୀୟ

: ଭାରତୀୟ ପାଇଲଟ୍‌ଙ୍କୁ ଇସ୍ରାଏଲର ବଡ଼ ସମ୍ମାନ, ଫ୍ଲାଏଦୁବାଇ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ସର୍ବୋଚ୍ଚ ବୀରତା ପୁରସ୍କାର

ନୂଆଦିଲ୍ଲୀ, ୯।୧୦: ଫ୍ଲାଏଦୁବାଇର ଭାରତୀୟ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଇସ୍ରାଏଲର ବଡ଼ ସମ୍ମାନ । ଇସ୍ରାଏଲ ରାଷ୍ଟ୍ରପତି ‘ପ୍ରେସିଡେନସିଆଲ୍ ଆୱାର୍ଡ ଫର ସିଭିଲିୟନ୍ ହିରୋଇଜ୍ମ୍’ (ନାଗରିକ ବୀରତା ପାଇଁ ରାଷ୍ଟ୍ରପତି ପୁରସ୍କାର) ଦେବା ପାଇଁ ଘୋଷଣା କରିଛନ୍ତି । ଏହା ହେଉଛି ନାଗରିକମାନଙ୍କ ପାଇଁ ଦେଶର ସର୍ବୋଚ୍ଚ ବୀରତା ସମ୍ମାନ । ପ୍ଲେନ୍ କକ୍‌ପିଟ୍‌ରେ ଓମାନୀ କୋ-ପାଟଲଟ୍‌ଙ୍କ ଆକ୍ରମଣର ସାହସିକତାର ସହ ମୁକାବିଲା କରି ସ୍ମିତ୍ ମଚ୍ଛାର ୧୭୪ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା କରିଥିଲେ । ଫ୍ଲାଏଦୁବାଇ ବିମାନର କକ୍‌ପିଟ୍‌ରେ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କୁ ଓମାନୀ କୋ-ପାଏଲଟ୍ ହମ୍ମାମ ଅଲ୍-ହମ୍ମାମୀ ‘କ୍ରସ୍-ଏକ୍ସ’ ଦ୍ୱାରା ଆକ୍ରମଣ କରିଥିଲେ । ଗୁରୁତର ଆହତ ହେବା ଏବଂ ବହୁତ ରକ୍ତସ୍ରାବ ହେବା ସତ୍ତ୍ୱେ ଭାରତୀୟ ପାଇଲଟ୍ କକ୍‌ପିଟ୍ ଦ୍ୱାର ଖୋଲିଦେଇଥିଲେ । ଫଳରେ ବିମାନର ଯାତ୍ରୀମାନେ କକ୍‌ପିଟ୍ ଭିତରକୁ ପଶି ଆକ୍ରମଣକାରୀଙ୍କୁ କାବୁ କରିପାରିଥିଲେ ।

ଇସ୍ରାଏଲୀ ଗୁଇନ୍ଦା ରିପୋର୍ଟ ଅନୁଯାୟୀ, କୋ-ପାଏଲଟ୍ ହମ୍ମାମୀର ମୂଳ ଯୋଜନା ବିମାନ କବଜା କରି ତାକୁ ଟେଲ୍ ଅଭିଭ୍ ନେଇ କୌଣସି କୋଠାରେ ପିଟି ଦେଇ କ୍ରସ୍ କରିବାର ଥିଲା । କ୍ୟାପଟେନ୍ ମଚ୍ଛାରଙ୍କ ବାହାଦୁରୀ ଏହି ବଡ଼ ବିପଦକୁ ଏଡ଼ାଇ ଦେଇଥିଲା । ଏହାପରେ ବିମାନରେ ଥିବା ଅଫ୍-ଡ୍ୟୁଟି ପାଇଲଟମାନେ ନିୟନ୍ତ୍ରଣ ହାତକୁ ନେଇ ସାଉଦି ଆରବରେ ବିମାନଟିକୁ ସୁରକ୍ଷିତ ଅବତରଣ କରାଇଥିଲେ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button