ରାଜ୍ୟ

Kendrapara Murder Case: ଶୋଇ ଥିବାବେଳେ ତଣ୍ଟିରେ ଚଢ଼ି ନିଶାଡ଼ି ଓ ଲମ୍ପଟ ସ୍ବାମୀଙ୍କୁ ହତ୍ୟା କ‌ଲେ ପତ୍ନୀ, ପୁଅ ଓ ଝିଅ

କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ନିରଞ୍ଜନଙ୍କ ମୃତ୍ୟୁ ମାମଲାରେ ପତ୍ନୀ, ୨୨ ବର୍ଷୀୟ ପୁଅ ଓ ନାବାଳିକା ଝିଅ ଗିରଫ। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଜାରି ରଖିଛନ୍ତି।

ଆଳି (ପ୍ରମୋଦ ମଲ୍ଲିକ): ଯାହାର ହାତଧରି ସୁଖର ଘର ସଂସାର କରିବେ ବୋଲି ଆଶା ରଖିଥିଲେ, ସେ ନିଶାଖାଇ ମାଡ଼ ମାରୁଥିଲା। ଏପରିକି ବାପାର ଅତ୍ୟାଚାର ସହିନପାରି ବଡ଼ଝିଅ ଘରଛାଡ଼ି ଚାଲିଯାଇଛନ୍ତି। ପତ୍ନୀ ସବୁ ସହିଯାଇଥିଲା, କିନ୍ତୁ ଯେତେବେଳେ ଅତ୍ୟାଚାର ଅସହ୍ୟ ହେଲା ସେତେବେଳେ ସବୁବନ୍ଧନ ଛିଣ୍ଡାଇଦେଲେ। ନିଶାଖାଇ ମାତାଲ ହୋଇ ଶୋଇଥିବା ବେଳେ ତଣ୍ଟିଉପରେ ଠିଆ ହୋଇ ହତ୍ୟା କଲେ ପତ୍ନୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା କେନ୍ଦ୍ରପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଗ୍ରାମରେ ଘଟିଯାଇଛି। ସୂଚନା ପାଇ ପୁଲିସ ପତ୍ନୀ, ପୁଅ ଓ ସାନ ଝିଅକୁ ଗିରଫ କରିଛି। ଗିରଫପରେ ପୁଲିସ ହେଫାଜତରେ ବାପାର ଶେଷକୃତ୍ୟ ସମ୍ପନ୍ନ କରିଛି ପୁଅ।

୧୫ ବର୍ଷ ପୂର୍ବେ ନିରଞ୍ଜନ ଓ ମନୋରମା ବିବାହ କରିଥିଲେ। ସେମାନଙ୍କର ବର୍ତ୍ତମାନ ଦୁଇ ଝିଅ ଓ ପୁଅ ଅଛନ୍ତି।  ପତ୍ନୀ ମନୋରମାଙ୍କ କହିବାନୁସାରେ, ସେ ନିଶାଖାଇ କେବଳ ମାରପିଟ କରୁନଥିଲେ, ତାଙ୍କର ଝିଅଙ୍କ ଉପରେ ମଧ୍ୟ ଲୋଲୁପ ଦୃଷ୍ଟି ରଖୁଥିଲେ। ଦୁଇଥର ଦୁଷ୍କର୍ମ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏଣୁ ସେ ଥାନାରେ ଏତଲା ଦେଇଥିଲେ। ନିରଞ୍ଜନ ଗିରଫହୋଇ ଜେଲ୍‌ରେ ୩ ମାସ ମଧ୍ୟ ରହିଛନ୍ତି। ଏହାପରେ ନିୟମିତ ନିଶାଖାଇ ସେମାନଙ୍କୁ ଅତ୍ୟାଚାର କରୁଥିଲେ। ଏହି ଅତ୍ୟାଚାର ସହିନପାରି ବଡ଼ଝିଅ ଘର ଛାଡ଼ି ଚାଲିଯାଇଛି। ଏଭଳି ସ୍ବାମୀଠାରୁ ମୁକ୍ତି ପାଇଁ ଶାନ୍ତିରେ ଟିକିଏ ବଞ୍ଚିବି ବୋଲି ଚିନ୍ତା କରି ମାରିଦେଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button