ରାଜ୍ୟ
Reels Turns Deadly: ନାଗ ସାପ ସହ ରିଲ୍ସ ପଡ଼ିଲା ମହଙ୍ଗା, ସାପ କାମୁଡ଼ାରେ ଗଲା ଧରାଳିଙ୍କ ଜୀବନ

ପୁରୀ,୧୦/୧୦: ବିଷାକ୍ତ ସାପକୁ ସହଜରେ କାବୁ କରିନେଉଥିଲେ । ଯାହା ଘରେ ସାପ ପଶୁଥିଲା ସେଠାରେ ପହଞ୍ଚି ଧରୁଥିଲେ । ସାପ ସହ ରିଲ୍ସ କରୁଥିଲେ । ସାପ ସହ ଖେଳୁଥିବାରୁ ଦୃଶ୍ୟର ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ୍ କରୁଥିବା ସାପ ଧରାଳିଙ୍କର ଶୁକ୍ରବାର ନାଗ ସାପ ଦଂଶନରେ ମୃତ୍ୟୁ ହୋଇଛି । ମୃତକ ହେଲେ ସଦରଥାନା ଅଧୀନ କଣ୍ଠପୁର ଗ୍ରାମର ତପନକୁମାର ପ୍ରଧାନ(୨୮) । ତପନଙ୍କ ମୃତ ଶରୀରକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ରଖାଯାଇଛି । ଶନିବାର ବ୍ୟବଚ୍ଛେଦ ପରେ ପରିବାର ସଦସ୍ୟକୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।
ସୌଜନ୍ୟ ପ୍ରମେୟ




