ରାଜ୍ୟ

Scam news : ଭୁବନେଶ୍ବର ପୂର୍ତ୍ତ ବିଭାଗ ୧ ନମ୍ବର ଡିଭିଜନରେ ୯ କୋଟିର ଦୁର୍ନୀତି, ୩ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ଵର, ୧୦/୧୦ : ଭୁବନେଶ୍ବର ପୂର୍ତ୍ତ ବିଭାଗ ୧ ନମ୍ବର ଡିଭିଜନରେ ଦୁର୍ନୀତି ମାମଲା । ୯ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ହେରଫେର ମାମଲାରେ ୩ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ । ପୁରୀ ଡିଭିଜନର ବରିଷ୍ଠ ସହାୟକ ବିଶ୍ବନାଥ ଦାସ, ଭୁବନେଶ୍ବର ଟ୍ରେଜରି ଅଫିସ ଆକାଉଣ୍ଟାଣ୍ଟ କୃଷ୍ଣଚନ୍ଦ୍ର ବେହେରା, ଭୁବନେଶ୍ବର R & B ବିଭାଗ ପିଅନ କୁମୁଦ ସାହୁ ଗିରଫ ହୋଇଛନ୍ତି । ୩ ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏମାନଙ୍କ ଆକାଉଣ୍ଟ୍ ରେ ଟଙ୍କା କାରବାର ହୋଇଥିବା ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା । ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ହାତରେ ୩୭୭ଟି ବିଲ ଦ୍ଵାରା ଏହି ଟଙ୍କା ଉଠାଯାଇଥିବା ତଥ୍ୟ ହସ୍ତଗତ ହୋଇଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଏହି ୩ଜଣଙ୍କ ଆକାଉଣ୍ଟକୁ ଅର୍ଥ ଯାଇଥିଲା ।

ପୂର୍ବରୁ ଏହି ମାମଲାରେ ୬ ଜଣ ଗିରଫ ହୋଇଥିବା ବେଳେ ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଗତ ସେପ୍ଟେମ୍ବର ୨୭ ତାରିଖରେ R & B ଡିଭିଜନ ୧ର ସେକ୍ସନ ଅଫିସର ତଥା ମୁଖ୍ୟ ଅଭିଯୁକ୍ତ ବନଲତା ମହାନ୍ତି, କନିଷ୍ଠ ସହାୟକ ଭିଭୁଦତ୍ତ ନାୟକଙ୍କ ସହ ଅନ୍ୟ ଜଣେ ସହଯୋଗୀ ଗିରଫ ହୋଇଥିଲେ । ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଗକୁ ଗିରଫ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ଭିଜିଲାନ୍ସ ଏସପି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button