ରାଜ୍ୟ

Student Union Elections Cancelled ନୟାଗଡ଼ର ଦୁଇ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ବିସିଜେଡି-ଏବିଭିପି ମୁହାଁମୁହିଁ

ନୟାଗଡ଼ର ପ୍ରଜାମଣ୍ଡଳ ମହିଳା କଲେଜ ଓ ଲାଠିପଡ଼ା ମଡେଲ ଡିଗ୍ରି କଲେଜରେ ଆଇନଶୃଙ୍ଖଳା ଆଶଙ୍କାରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି। ଏହାକୁ ନେଇ ବିସିଜେଡି ଓ ଏବିଭିପି ମଧ୍ୟରେ ବିବାଦ ଦେଖାଦେଇଛି।

ନୟାଗଡ଼ (ସନ୍ଦୀପ ଲେଙ୍କା): ନୟାଗଡ଼ ବ୍ଲକ୍‌ରେ ଥିବା ତିନିଟି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ସ୍ଥିର କରାଯାଇଥିଲା। ସେଥିମଧ୍ୟରୁ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ ଓ ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରି କଲେଜରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଜିଲ୍ଲାପାଳ ନିର୍ବାଚନକୁ ବାତିଲ କରିଛନ୍ତି। ଏହାକୁ ନେଇ ଛାତ୍ର ବିଜେଡି ତୀବ୍ର ବିରୋଧ ପ୍ରଦର୍ଶନ କରିଛି।

ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ପରେ ନାମାଙ୍କନ ଦାଖଲ କରିବାକୁ ଏବିଭିପି ସମର୍ଥିତ ପ୍ରାର୍ଥୀ ପହଞ୍ଚିଥିଲେ। ଏହାକୁ ନେଇ ବିବାଦ ଦେଖା ଦେଇଥିଲା। ଏହି ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ମହିଳା ମହାବିଦ୍ୟାଳୟକୁ ଅଣଛାତ୍ରମାନେ ପଶି ଧମକ ଚମକ ଦେଉଥିବା ବିସିଜେଡି ସମର୍ଥିତ ଛାତ୍ରୀମାନେ ଅଭିଯୋଗ କରିଥିଲେ।

ଖବରପାଇ ଏସଡିପିଓ ସୁଦୀପ୍ତ ସାହୁ ଓ ଟାଉନ ଥାନା ଇନ୍‌ସପେକ୍ଟର ରଶ୍ମି ରଞ୍ଜନ ପ୍ରଧାନ ସଦଳବଳେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। କିଛି ସମୟ ପରେ ବିଧାୟକ ଡ.ଅରୁଣ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେ। କୌଣସି କାରଣରୁ ବିଧାୟକ ଓ ପୁଲିସ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପୁଲିସ ଅଧିକାରୀମାନଙ୍କୁ ବିଧାୟକ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରି ଚାଲିଥିବା ବେଳେ ତାଙ୍କ ସମର୍ଥକମାନେ ପଛରେ ରହି ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button