ରାଜ୍ୟ

Rourkela POCSO Case: ନାବାଳିକା ଘରୋଇ ସହାୟିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

ରାଉରକେଲା ଫାଷ୍ଟଟ୍ରାକ୍ ପୋକ୍ସୋ କୋର୍ଟ ନାବାଳିକା ଘରୋଇ ସହାୟିକା ଦୁଷ୍କର୍ମ ମାମଲାରେ ପାସ୍କାଲ ଟପ୍ନୋଙ୍କୁ ୨୦ ବର୍ଷ ଜେଲ୍ ଓ ୧.୫୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡ ଦେଇଛନ୍ତି।

ରାଉରକେଲା:  ନାବାଳିକା ଘରୋଇ ସହାୟିକାକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ମାମଲାର ରାୟ ଆଜି (ଶୁକ୍ରବାର) ପ୍ରକାଶ ପାଇଛି। ରାଉରକେଲା ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ବିଚାରପତି ପି. ସୂର୍ଯ୍ୟା ରାଓ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌ ସହ ୧ ଲକ୍ଷ ୫୫ ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ ନିର୍ଦେଶ ଦେଇଛନ୍ତି।

୧୨ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ, ଆବଶ୍ୟକୀୟ ଦସ୍ତାବିଜ୍‌ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିପ୍ରମାଣକୁ ଆଧାର କରି ବିଚାରପତି ପି. ସୂର୍ଯ୍ୟା ରାଓ ଏହି ରାୟ ଶୁଣାଇଛନ୍ତି। ଦୋଷୀ ଜଣକ ହେଲେ ଟାଙ୍ଗରପାଲି ଅଞ୍ଚଳର ପାସ୍‌କାଲ ଟପ୍ନୋ (୨୩)। ସ୍ବତନ୍ତ୍ର ସରକାରୀ ପିପି ପ୍ରମୋଦ କୁମାର ଦେବତା ମାମଲା ପରିଚାଳନା କରୁଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button