ଖେଳ

IND vs WI 2nd T20I: ୱେଷ୍ଟଇଣ୍ଡିଜ୍‌ ଆଗରେ ୨୫୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

ଭ‌ାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସନ୍‌ ଅନ୍ତର୍ଜାତୀୟ ଷ୍ଟାଡିୟମ ପରିସରରେ ହୋଇଛି। ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ରାଞ୍ଚି: ଭ‌ାରତ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ଦ୍ବିତୀୟ ମୁକାବିଲା ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ୍‌ ଆସୋସିଏସନ୍‌ ଅନ୍ତର୍ଜାତୀୟ ଷ୍ଟାଡିୟମ ପରିସରରେ ହୋଇଛି। ଏହି ମୁକାବିଲାରେ ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସଂଜୁ ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ ହରାଇ ୨୪୯ ରନ୍ କରିଛି। ଫଳରେ ଅତିଥି ଦଳକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୨୫୦ ରନ୍‌ର ଦରକାର ଅଛି।

ଭାରତୀୟ ଟିମ୍‌କୁ ଅଭିଷେକ ଶର୍ମା ଏବଂ ସଂଜୁ ସାମସନ ଭଲ ପ୍ରାରମ୍ଭ ଦେଇଥିଲେ। ଉଭୟ ବ୍ୟାଟର ପ୍ରଥମ ୱିକେଟ୍‌ ପାଇଁ ୪୨ ରନ୍‌ର ଭାଗିଦାରୀ କରିପାରିଥିଲେ। ଅଭିଷେକ ୨୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଈଶାନ କିଶନ ଏବଂ ସଂଜୁ ସାମସନ ଦ୍ବିତୀୟ ୱିକେଟ୍‌ ପାଇଁ ୯୭ ରନ୍‌ର ଭାଗିଦାରୀ କରିଥିଲେ। ଏହି ଭାଗିଦାରୀ ସମୟରେ ସଂଜୁ ସାମସନ ୨୧ଟି ବଲ୍‌ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ଈଶାନ କିଶନ ୨୨ଟି ବଲ୍‌ ଖେଳି ୬ଟି ଚୌକା ଏବଂ ୨ଟି ଛକା ବଳରେ ୪୩ ରନ୍‌ ସଂଗ୍ରହ କରିଥିଲେ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button