ଜାତୀୟ

LPG supplier : ୟୁଏଇ ଏବେ ଭାରତର ସର୍ବବୃହତ୍‌ ଏଲ୍‌ପିଜି ଯୋଗାଣକାରୀ, ଏନର୍ଜି ବାସ୍କେଟ୍‌ରେ କମିଲା ଆମେରିକାର ଦବ୍‌ଦବା

ନୂଆଦିଲ୍ଲୀ, ୧୦/୧୦ : ମାସକରେ ବିଶ୍ୱ ଶକ୍ତି ବଜାରର ଅଙ୍କକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି ଭାରତ । ଏଥର ଭାରତର ହାଣ୍ଡିଶାଳରୁ ନେଇ ଆମେରିକା ପର୍ଯ୍ୟନ୍ତ ହଲ୍‌ଚଲ ଦେଖିବାକୁ ମିଳିଛି । ଆମେରିକାକୁ ପଛରେ ପକାଇ ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ) ଏବେ ଭାରତର ସର୍ବବୃହତ୍‌ ଏଲ୍‌ପିଜି ଯୋଗାଣକାରୀ ପାଲଟିଛି । ଏହାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବୃହତ୍‌ ଆର୍ଥିକ ଝଟ୍‌କା ଭାବେ ଗଣନା କରାଯାଉଛି । କାରଣ ଏଯାବତ ଭାରତର ଏନର୍ଜି ବାସ୍କେଟ୍‌ରେ ଆମେରିକାର ଦବ୍‌ଦବା ଥିଲା ।

ସେପ୍ଟେମ୍ବରରେ ଭାରତର ଏଲ୍‌ପିଜି ଆମଦାନି ମିକ୍ସରେ ଆସିଥିବା ବଡ଼ ପରିବର୍ତ୍ତନ ଏହାର ପ୍ରମାଣ ଯେ, ଗଲ୍‌ଫ ପୁଣି ଥରେ ଏହାର ପୁରୁଣା ସ୍ଥାନକୁ ଫେରିଆସିଛି ଏବଂ ଆମେରିକାର ନିୟନ୍ତ୍ରଣ ଶେଷ ହେଉଛି । ମାରିଟାଇମ୍‌ ଇଣ୍ଟେଲିଜେନ୍ସ ସଂସ୍ଥା ‘କେପ୍‌ଲର’ର ନୂଆ ତଥ୍ୟ ଅନୁସାରେ, ଗଲ୍‌ଫ ଦେଶଗୁଡ଼ିକରୁ ଭାରତ ଆସୁଥିବା ଏଲ୍‌ପିଜି ଟ୍ୟାଙ୍କର ସଂଖ୍ୟାରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ, ଆମେରିକାରୁ ଆସୁଥିବା ଯୋଗାଣ ବଡ଼ ମାତ୍ରାରେ ହ୍ରାସ ପାଇଛି । ଏହି ପରିବର୍ତ୍ତନ କେବଳ ଅଙ୍କ ଖେଳ ନୁହେଁ । ବରଂ ଏହା ପଛରେ ମଧ୍ୟପ୍ରାଚ୍ୟର ଭୁ-ରାଜନୀତି, ହୋର୍ମୁଜ ଜଳମାର୍ଗ ସଂକଟ ଏବଂ ଭାରତର ଶକ୍ତି ସୁରକ୍ଷାର ଏକ ବଡ଼ ରଣନୀତି ଲୁକ୍କାୟିତ ଅଛି । ଏଲ୍‌ପିଜି ସହ ଏଲ୍‌ଏନ୍‌ଜି ବଜାରରେ ବି ଏଭଳି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏଠାରେ ଓମାନ ଆମେରିକାକୁ ପଛରେ ପକାଇ ବାଜି ମାରିନେଇଛି । ଏଭଳି ଭାବେ ଆମେରିକାକୁ ଦୁଇଟି ବଡ଼ ଝଟ୍‌କା ମିଳିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button