Human life: ତୁଚ୍ଛ ହେଉଛି ମଣିଷ ଜୀବନ, ରାଜପଥକୁ କବଜା କରୁଛି ଶିଳ୍ପ ଗାଡ଼ି
ଜାତୀୟ ଓ ରାଜ୍ୟ ରାଜପଥମାନଙ୍କରେ ବିଭିନ୍ନ ଖଣି ଓ ଶିଳ୍ପ କାରଖାନାର ଭାରୀ ତଥା ମାଲବାହୀ ଯାନଗୁଡ଼ିକ ବିପଜ୍ଜନକ ପାର୍କିଂ କରିବା ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ।

ସମ୍ବଲପୁର: ଜାତୀୟ ଓ ରାଜ୍ୟ ରାଜପଥମାନଙ୍କରେ ବିଭିନ୍ନ ଖଣି ଓ ଶିଳ୍ପ କାରଖାନାର ଭାରୀ ତଥା ମାଲବାହୀ ଯାନଗୁଡ଼ିକ ବିପଜ୍ଜନକ ପାର୍କିଂ କରିବା ଯୋଗୁଁ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ କୁହାଯାଇଛି, ରାଜ୍ୟରେ ଖଣି ଓ ଶିଳ୍ପ କରିଡର୍ଗୁଡ଼ିକରେ ଟ୍ରକ୍ଗୁଡ଼ିକ ବେଆଇନ ଓ ବିପଜ୍ଜନକ ଭାବରେ ପାର୍କିଂ କରୁଛନ୍ତି। ଯାହାଫଳରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଖଣି କମ୍ପାନିଗୁଡ଼ିକ ଦ୍ୱାରା ଲଜିଷ୍ଟିକ୍ସ ଶୃଙ୍ଖଳାର ଅଭାବ କିମ୍ବା ନିର୍ଦ୍ଦିଷ୍ଟ ପାର୍କିଂ ନଥିବାରୁ ସଡ଼କ ସୁରକ୍ଷା ବିପନ୍ନ ହେଉଛି। ଏହାର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପାଖରେ ସିଧାସଳଖ ସାମ୍ବିଧାନିକ ଆଦେଶ ଏବଂ ଦୃଢ଼ ଆଇନଗତ କ୍ଷମତା ରହିଛି। ପ୍ରଥମତଃ ସୁପ୍ରିମକୋର୍ଟ ଗତ ଏପ୍ରିଲ ୧୩, ୨୦୨୬ର ଆଦେଶରେ ସ୍ପଷ୍ଟ ରାୟ ଦେଇଛନ୍ତି ଯେ ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ଜୀବନ ଅଧିକାରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ରାଜପଥରେ ନିରାପଦ ଯାତାୟାତ। ସମ୍ବିଧାନର ଧାରା ୧୪୨ ଅଧୀନରେ ଥିବା କ୍ଷମତାର ବ୍ୟବହାର କରି ସର୍ବୋଚ୍ଚ ଅଦାଲତ ବାଧ୍ୟତାମୂଳକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି ଯେ ନିର୍ଦ୍ଦିଷ୍ଟ ପାର୍କିଂ ରହଣି ବ୍ୟତୀତ କୌଣସି ଜାତୀୟ ରାଜପଥ ବା ଗାଡ଼ି ଚଳାଚଳ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ବଡ଼ ଓ ବାଣିଜ୍ୟିକ ଯାନ ପାର୍କିଂ କରିପାରିବେ ନାହିଁ।
ସୌଜନ୍ୟ ସମ୍ବାଦ




