Heavy rain: ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା, ବନ୍ୟା ପରିସ୍ଥିତି ଗମ୍ଭୀର
ବୁଧବାର ରାତିରୁ ବାତ୍ୟା ଅର୍ଣ୍ଣବର ପ୍ରଭବାରେ ବର୍ଷା ତାର କରାଳ ରୂପ ଦେଖାଇବାରେ ଲାଗିଛି। ଅବିଶ୍ରାନ୍ତ ବର୍ଷା ନଦୀ ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ସହ ନଦୀ ଉଛୁଳି ବିଭିନ୍ନ ଗ୍ରାମରେ ପଶିଛି। ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ...

ଭଂଜନଗର (ବିଶ୍ବମ୍ବର ଜେନା): ବୁଧବାର ରାତିରୁ ବାତ୍ୟା ଅର୍ଣ୍ଣବର ପ୍ରଭବାରେ ବର୍ଷା ତାର କରାଳ ରୂପ ଦେଖାଇବାରେ ଲାଗିଛି। ଅବିଶ୍ରାନ୍ତ ବର୍ଷା ନଦୀ ନାଳରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେବା ସହ ନଦୀ ଉଛୁଳି ବିଭିନ୍ନ ଗ୍ରାମରେ ପଶିଛି। ଅନେକ ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡ଼ିଥିବା ବେଳେ ଗଂଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି।
ବୁଧବାରରୁ ଗୁରୁବାର ସକାଳ ୬ଟା ମଧ୍ୟରେ ୨୭୦ ମିଲିମିଟର ବର୍ଷା ହୋଇଥିବା ବେଳେ ସୋରଡ଼ା ଅଞ୍ଚଳରେ ୩୩୭ ମିଲିମିଟରରୁ ଉର୍ଦ୍ଧ୍ୱ ବର୍ଷା ହୋଇଛି। ଅଳ୍ପ ସମୟ ମଧ୍ୟରେ ଅଧିକ ପରିମାଣର ବର୍ଷା ହେବାରୁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ହୋଇଛି। ଲୋହରାଖଣ୍ଡି ଓ ବଡ଼ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଡହ ଜଳଭଣ୍ଡାରରେ ବୁଧବାର ଜଳସ୍ତର ୭୧ ପ୍ରତିଶତ ଥିବା ବେଳେ ରାତି ୧୨ଟା ପରେ ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇଥିଲା। ଗୁରୁବାର ଭୋର୍ ପ୍ରାୟ ୪ଟା ସମୟରେ ଜଳଭଣ୍ଡାରରେ ଶତପ୍ରତିଶତ ଜଳ ମହଜୁଦ ହୋଇଯାଇଛି। ଫଳରେ ଆଡ଼ିବନ୍ଧର ସୁରକ୍ଷା ଦୃଷ୍ଟିରୁ ଲୋହରାଖଣ୍ଡି ନଦୀକୁ ଜଳ ନିଷ୍କାସନ ହେଉଛି। ଯାହାଦ୍ବାରା ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ସୌଜନ୍ୟ ସମ୍ବାଦ




