ରାଜ୍ୟ

Landslides in Ballingia and Katingia ବଲିଙ୍ଗିଆ ଓ କତିଙ୍ଗିଆରେ ଭୂସ୍ଖଳନ, ୪୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ବାତ୍ୟା ଅର୍ଣ୍ଣବଜନିତ ପ୍ରବଳ ବର୍ଷାରେ କନ୍ଧମାଳର ବଲିଙ୍ଗିଆ ଓ କତିଙ୍ଗିଆରେ ଭୂସ୍ଖଳନ। ବଲିଙ୍ଗିଆର ୧୨ଟି ପରିବାରର ୪୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଘର ଓ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।

ଘୁ. ଉଦୟଗିରି(ସମୀର ପାଢ଼ୀ):  ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରବଳ ବର୍ଷାରେ ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ବଲିଙ୍ଗିଆ ଗ୍ରାମ ନିକଟସ୍ଥ ପାହାଡ଼ରେ ଭୂସ୍ଖଳନ ହୋଇଛି। ସେହିଭଳି କତିଙ୍ଗିଆରେ ମଧ୍ୟ ଭୂସ୍ଖଳନ ଘଟି ଏକାଧିକ ପରିବାର ବିପନ୍ନ ହୋଇଛନ୍ତି। ସମସ୍ତ ବିପନ୍ନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନାରେ, ପାହାଡ଼ ଉପରୁ ବଡ଼ ବଡ଼ ପଥର, ମାଟି ଅତଡ଼ା ଓ ଗଛ ଖସି ରାସ୍ତା ଉପରେ ପଡ଼ିବା ଫଳରେ ଗ୍ରାମକୁ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି। ଭୂସ୍ଖଳନର ପ୍ରଭାବ ପ୍ରାୟ ଏକ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ଦେଖାଦେଇଛି। କେତେକ ସ୍ଥାନରେ ଜଳର ପ୍ରବଳ ସ୍ରୋତରେ ୨୦୦ ଫୁଟରୁ ଅଧିକ ଗଭୀର ଖାଲ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।
ଭୂସ୍ଖଳନ ଯୋଗୁଁ ବଲିଙ୍ଗିଆ ଗ୍ରାମର ରାସ୍ତା ବନ୍ଦ ହୋଇଯିବାରୁ ସେଠାରେ ରହୁଥିବା ୧୨ଟି ପରିବାରର ୪୦ଜଣ ସଦସ୍ୟଙ୍କୁ  ସୁରକ୍ଷା ଦୃଷ୍ଟିରୁ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଘୁ.ଉଦୟଗିରିର ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର, ତହସିଲଦାର ସମୁଦ୍ର ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଅଗ୍ନିଶମ ଅଧିକାରୀ ମହେଶ୍ୱର ପ୍ରଧାନ ଓ ଡାକ୍ତର ଦେବବ୍ରତ ବାରିକଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି।  ପରେ ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାଏକ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button