ରାଜ୍ୟ

Sambalpur Railway Divisional Committee ସମ୍ବଲପୁର ରେଳ ମଣ୍ଡଳ ସାଂସଦଙ୍କ ଡିଭିଜନାଲ କମିଟି ବୈଠକ: ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଅଧ୍ୟକ୍ଷ ମନୋନୀତ

ସମ୍ବଲପୁରରେ ଅନୁଷ୍ଠିତ ରେଳ ମଣ୍ଡଳ ଡିଭିଜନାଲ କମିଟି ବୈଠକରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଅଧ୍ୟକ୍ଷ ମନୋନୀତ। ରେଳ ଭିତ୍ତିଭୂମି, ଯାତ୍ରୀ ସୁବିଧା ଓ ନୂଆ ପ୍ରକଳ୍ପ ନେଇ ଆଲୋଚନା।

ଭୁବନେଶ୍ୱର/ସମ୍ବଲପୁର: ଆଜି (ଶୁକ୍ରବାର) ସମ୍ବଲପୁରଠାରେ ପୂର୍ବ ତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ଅଧୀନ ସଂସଦୀୟ କ୍ଷେତ୍ରର ସାଂସଦମାନଙ୍କୁ ନେଇ ଡିଭିଜନାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କୁ ଡିଭିଜନାଲ କମିଟିର ଅଧ୍ୟକ୍ଷ ଭାବେ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଛି।

ମହାସମୁନ୍ଦର ଲୋକସଭା ସାଂସଦ ରୂପ କୁମାରୀ ଚୌଧୁରୀ,  କନ୍ଧମାଳର ଲୋକସଭା ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ କଳାହାଣ୍ଡିର ସାଂସଦମାନଙ୍କ ପ୍ରତିନିଧିମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ। ପୂର୍ବତଟ  ରେଳପଥର  ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ନିଜ ଅଭିଭାଷଣରେ, ପୂର୍ବ ତଟ ରେଳପଥର କାର୍ଯ୍ୟଦକ୍ଷତା, ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଏବଂ ଯାତ୍ରୀ ସେବାର ଉନ୍ନତି ସହ ଅଞ୍ଚଳର ମାଲ ପରିବହନ ଆବଶ୍ୟକତା ପୂରଣ ପାଇଁ ରେଳପଥ ପକ୍ଷରୁ ନିରନ୍ତର ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ କମିଟିକୁ ଅବଗତ କରାଇଥିଲେ।

ସାଂସଦମାନେ ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ପ୍ରଶଂସା କରିବା ସହ ରେଳ ଭିତ୍ତିଭୂମିର ଅଧିକ ସୁଦୃଢ଼ୀକରଣ ପାଇଁ ମୂଲ୍ୟବାନ ପରାମର୍ଶ ଦେଇଥିଲେ। ଯାତ୍ରୀ ସୁବିଧାର ଉନ୍ନତି, ଟ୍ରେନ୍ ଓ ରେଳ ଷ୍ଟେସନଗୁଡ଼ିକର ପରିଚ୍ଛନ୍ନତା, ଟ୍ରେନ୍ ଚଳାଚଳର ବୃଦ୍ଧି, ନୂତନ ରେଳପଥ ନିର୍ମାଣ, ଦୁର୍ଗମ ଅଞ୍ଚଳକୁ ଉନ୍ନତ ରେଳ ସଂଯୋଗ, ରେଳ ଓଭରବ୍ରିଜ୍ ଏବଂ ଅଣ୍ଡରବ୍ରିଜ୍ ନିର୍ମାଣ, ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର ସମୟୋଚିତ ସମାପ୍ତି, ବିଭିନ୍ନ ଷ୍ଟେସନରେ ଟ୍ରେନ ରହଣି ଏବଂ ଅଞ୍ଚଳରେ ରାଜସ୍ୱ ଓ ନିଯୁକ୍ତି ସୃଷ୍ଟି ବୃଦ୍ଧି ଆଦି ବିଷୟ ଉପରେ ବିଶେଷ ଆଲୋଚନା ହୋଇଥିଲା।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button