Special Support for OCS Mains Candidates ଓସିଏସ୍ ମୁଖ୍ୟ (ଲିଖିତ) ପରୀକ୍ଷାର୍ଥୀଙ୍କ ପାଇଁ ଗଞ୍ଜାମ ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା, ହେଲ୍ପଲାଇନ୍ ନଂ ଜାରି
ବାତ୍ୟା ଓ ବନ୍ୟା ମଧ୍ୟରେ ଓସିଏସ୍ ମୁଖ୍ୟ ଲିଖିତ ପରୀକ୍ଷାର୍ଥୀଙ୍କ ପାଇଁ ଗଞ୍ଜାମ ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା। ଆବଶ୍ୟକତା ଅନୁସାରେ ମାଗଣା ଯାତାୟାତ, ରହଣି ଓ ଖାଦ୍ୟ ସହାୟତା ସହ ହେଲ୍ପଲାଇନ୍ ନମ୍ବର ଜାରି।

ଛତ୍ରପୁର: ଅକ୍ଟୋବର ୩୧ ତଥା ଶନିବାର ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ମୁଖ୍ୟ (ଲିଖିତ) ପରୀକ୍ଷାକୁ ଦୃଷ୍ଟିରେ ରଖି ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟାଜନିତ ପରିସ୍ଥିତି ମଧ୍ୟରେ ଗଞ୍ଜାମଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା କରାଯାଇଛି।
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରର ୨ଟି ପରୀକ୍ଷା କେନ୍ଦ୍ରରେ ୩୦୦ରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରତିକୂଳ ପାଣିପାଗ ଓ ବନ୍ୟା ଯୋଗୁଁ ପରୀକ୍ଷାର୍ଥୀମାନେ ଯେପରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧାରେ ନପଡ଼ନ୍ତି, ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ହେଲ୍ପଲାଇନ୍ ବ୍ୟବସ୍ଥା କରାଯାଇଛି।
ଏଥିସହ ଆବଶ୍ୟକତା ଅନୁଯାୟୀ ପରୀକ୍ଷାର୍ଥୀଙ୍କ ପାଇଁ ନିଃଶୁଳ୍କ ଯାତାୟାତ, ରହଣି ଓ ଖାଦ୍ୟ ବ୍ୟବସ୍ଥା କରାଯିବ। ବାତ୍ୟା ଓ ବନ୍ୟା ପରିସ୍ଥିତିରେ ଦୂରଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରଶାସନ ପ୍ରସ୍ତୁତ ରହିଛି। ପରୀକ୍ଷାର୍ଥୀମାନେ ଆବଶ୍ୟକ ସହାୟତା ପାଇଁ ବିକାଶ ସାମଲ (୬୩୫୧୭୫୦୭୫୫), କହ୍ନାଇ ଚରଣ ଗୌଡ଼ (୯୩୩୭୪୫୮୩୩୪) ଓ ସମୀର କୁମାର ଦାଶ (୮୬୫୮୧୧୧୧୧୮୬)ଙ୍କ ସହ ଯୋଗାଯୋଗ କରିପାରିବେ।
ସୌଜନ୍ୟ ସମ୍ବାଦ




