ରାଜ୍ୟ

Massive Landslide Destroys ଭୂସ୍ଖଳନରେ ମାଟିରେ ମିଶିଲା ଗଞ୍ଜାମର ଗିଡ଼ିପାବାଲି ଗାଁ, ୧୩ ନିଖୋଜ

ବାତ୍ୟା ଅର୍ଣ୍ଣବ ପରେ ପ୍ରବଳ ବର୍ଷାରେ ଗଞ୍ଜାମର ଗିଡ଼ିପାବାଲି ଗାଁରେ ଭୟଙ୍କର ଭୂସ୍ଖଳନ। ୯ଟି ପରିବାରର ୨୬ ଜଣଙ୍କ ମଧ୍ୟରୁ ୧୩ ନିଖୋଜ, ୧୧ ଉଦ୍ଧାର।

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ହୋଇଥିବା ମୂଷଳଧାରା ଓ ଅବିଶ୍ରାନ୍ତ ବର୍ଷା କନ୍ଧମାଳରେ ବଡ଼ ବିପତ୍ତି ସୃଷ୍ଟି କରିଛି। ଅନେକ ସ୍ଥାନରେ ଭୂସ୍ଖଳନ ଘଟି ଧନଜୀବନ ନଷ୍ଟ ହୋଇଛି। ଗଞ୍ଜାମ ଓ କନ୍ଧମାଳଜିଲ୍ଲା ସୀମାନ୍ତରେ ଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗାଁ ଭୂସ୍ଖଳନରେ ସମ୍ପୂର୍ଣ୍ଣ ଭାବେ ଧ୍ବସ୍ତ ହୋଇଛି। ସେଠାରେ ରହୁଥିବା ୯ଟି ପରିବାରର ୨୬ଜଣଙ୍କ ମଧ୍ୟରୁ ୧୧ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ଅନ୍ୟ ୨ଜଣ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଘୁମୁସର ଉଦୟଗିରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଗ୍ରାମବାସୀଙ୍କ ଯାତାୟାତର ମୁଖ୍ୟ ରାସ୍ତା କତିଙ୍ଗିଆ ପଞ୍ଚାୟତର ସିପାଏଜୁ ଦେଇ ଘୁ. ଉଦୟଗିରି ଓ ରାଇକିଆ ଅଞ୍ଚଳକୁ ଯୋଗାଯୋଗ କରୁଥିଲା। ବୁଧବାର ଭେରରେ ପାହାଡ଼ରୁ ମାଟି, ପଥର, ଗଛ ଓ ପାଣି ଗାଁ ଉପରକୁ ମାଡ଼ି ଆସିଥିଲା। ଉଦ୍ଧାର ପାଇଥିବା ରିନିମା ମଲ୍ଲିକ ଘଟଣା ସମ୍ପର୍କରେ କହିଛନ୍ତି, ତାଙ୍କ ସ୍ବାମୀଙ୍କ ପତ୍ତା ଏଯାଏଁ ମିଳିପାରିନାହିଁ। ବୁଧବାର ରାତି ପ୍ରାୟ ୩ଟା ସମୟରେ ସମସ୍ତେ ନିଜ ନିଜ ଘରେ ଶୋଇଥିଲେ। ହଠାତ୍ ଏକ ବିରାଟ ଶବ୍ଦ ଶୁଣାଗଲା। କିଛି ବୁଝିବା ପୂର୍ବରୁ ପାହାଡ଼ ଉପରୁ ମାଟି, ପଥର, ଗଛ ଓ ପାଣିର ବିଶାଳ ସ୍ରୋତ ଗ୍ରାମ ଭିତରକୁ ମାଡ଼ି ଆସି ଘରଗୁଡ଼ିକୁ ପୋତି ଦେଇଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button