ରାଜ୍ୟ
Man Stranded in Tree ଜୀବନହାରିବାକୁ ସଲପ ପିଇ ଚଢ଼ିଥିଲେ ଗଛ, ଭାଙ୍ଗିଗଲା ଡାଳ
ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ଗଛ ଉପରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ପାପଡ଼ାହାଣ୍ଡି ଅଗ୍ନିଶମ ବାହିନୀ ସୁରକ୍ଷିତ ଉଦ୍ଧାର କରିଛି। ପାରିବାରିକ ବିବାଦ ପରେ ଘଟଣାଟି ଘଟିଥିବା ସୂଚନା।

ମୈଦଲପୁର: ’ମାରେ ହରି ରଖେ କିଏ, ରଖେ ହରି ମାରେ କିଏ’ ଆପ୍ତ ବଚନ ଶୁଣିଥିଲେ। ଏହାର ଆଉ ଏକ ପ୍ରମାଣ ନବରଙ୍ଗପୁରଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରୁ ମିଳିଛି। ପୁଅ ମଦ ପିଇବାକୁ ଟଙ୍କା ନଦେବାରୁ ବାପା ଆତ୍ମହତ୍ୟା କରିବାକୁ ଦଉଡ଼ି ଧରି ଗଛ ଉପରକୁ ଚଢ଼ିଥିଲେ, କିନ୍ତୁ ଦୈବାତ୍ ଗଛଡାଳ ଭାଙ୍ଗିପଡ଼ିବାରୁ ଏକ ଡାଳରେ କଚାଡ଼ି ହୋଇପଡ଼ି ଝୁଲି ରହିଲେ। ଶେଷରେ ଖବର ପାଇ ଦମକଳବାହିନୀ ପହଞ୍ଚି ବ୍ୟକ୍ତିଙ୍କୁ ଅକ୍ଷତ ଉଦ୍ଧାର କରିଛି।
ସୌଜନ୍ୟ ସମ୍ବାଦ




