ରାଜ୍ୟ

Judgement: କନିକା ତହସିଲଦାରଙ୍କ ବ୍ୟକ୍ତିଗତ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲଦାରଙ୍କୁ ନଭେମ୍ବର ୫ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଜମିରୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଜବରଦଖଲ ଉଚ୍ଛେଦ ପାଇଁ କନିକା ତହସିଲଦାରଙ୍କୁ ଅପିଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ରହିଥିଲେ...

କଟକ: କେନ୍ଦ୍ରାପଡ଼ା ଜିଲ୍ଲା କନିକା ତହସିଲଦାରଙ୍କୁ ନଭେମ୍ବର ୫ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଜମିରୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଜବରଦଖଲ ଉଚ୍ଛେଦ ପାଇଁ କନିକା ତହସିଲଦାରଙ୍କୁ ଅପିଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏହା ପାଳନ କରାଯାଇ ନଥିବା ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଜଣା ପଡ଼ିଥିଲା।

କନିକା ତହସିଲଦାରଙ୍କ ତରଫରୁ ପ୍ରଦାନ କରାଯାଇଥିବା ତଥ୍ୟ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ଶୁଣାଣି ବେଳେ ଉପସ୍ଥାପନ କରିଥିଲେ। ବର୍ଷା ଋତୁ ଓ ବହୁ ସଂଖ୍ୟକ ଅମିନଙ୍କ ଏକକାଳୀନ ବଦଳି କାରଣରୁ ଏହି କାର୍ଯ୍ୟଟି କରାଯାଇ ପାରିଲା ନାହିଁ ବୋଲି ତହସିଲଦାରଙ୍କ ତରଫରୁ ଦାଖଲ ତଥ୍ୟରେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟ ଏଭଳି ତଥ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତହସିଲଦାରଙ୍କ ଦ୍ଵାରା ଦିଆଯାଇଥିବା ଏଭଳି ଏକ ଦୁର୍ବଳ ବାହାନା ପାଇଁ ସରକାରଙ୍କ କାର୍ଯ୍ୟକାରିତାର ଏକ ଗଭୀର ଆତ୍ମସମୀକ୍ଷା ଓ ଯାଞ୍ଚରର ଆବଶ୍ୟକତା ରହିଛି ବୋଲି ହାଇକୋର୍ଟ କହିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ତହସିଲଦାର ବ୍ୟକ୍ତିଗତ ଭାବେ ହାଜର ହୋଇ ଏହି ପ୍ରସଂଗରେ ଜବାବ ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏନ.କେ.ପୃଷ୍ଟିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button