Modi: ଜମ୍ମୁ-କାଶ୍ମୀର ରାଜକୁମାରଙ୍କ ରିସେପ୍ସନ୍ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ଯୁବରାଜ ବିକ୍ରମାଦିତ୍ୟ ସିଂହ ଏବଂ ଚିତ୍ରାଙ୍ଗଦା ରାଜେଙ୍କ ପୁଅ ରାଜକୁମାର ମାର୍ତ୍ତଣ୍ଡ, ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ଜାତୀୟ ଉପସଭାପତି ମନପ୍ରୀତ ସିଂହ ବାଦଲଙ୍କ ଝିଅ ରିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରାଜପରିବାରର ରାଜକୁମାର ମାର୍ତ୍ତଣ୍ଡ ସିଂହ ଏବଂ ରିଆ ବାଦଲଙ୍କ ବିବାହ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯୁବରାଜ ବିକ୍ରମାଦିତ୍ୟ ସିଂହ ଏବଂ ଚିତ୍ରାଙ୍ଗଦା ରାଜେଙ୍କ ପୁଅ ରାଜକୁମାର ମାର୍ତ୍ତଣ୍ଡ, ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ଜାତୀୟ ଉପସଭାପତି ମନପ୍ରୀତ ସିଂହ ବାଦଲଙ୍କ ଝିଅ ରିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନଭେମ୍ବର ୩ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଏକ ଭବ୍ୟ ରିସେପ୍ସନ୍ ଆୟୋଜିତ ହୋଇଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ ଓ ଶୁଭେଚ୍ଛା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ସାଧାରଣ ଧଳା କୁର୍ତ୍ତା, ଚୁଡ଼ିଦାର ଏବଂ ହାଫ୍ ଜାକେଟ୍ ପରିଧାନ କରି ପହଞ୍ଚିଥିଲେ।
ଏହି ଉତ୍ସବରେ କନ୍ୟା ରିଆ ବାଦଲ ଏକ ଲାଲ୍ ରଙ୍ଗର ଲେହେଙ୍ଗା, ଦୁଇଟି ଦୁପଟ୍ଟା ଏବଂ ପାରମ୍ପରିକ ଗହଣା ପିନ୍ଧି ରାଜକୀୟ ଅନ୍ଦାଜରେ ନଜର ଆସିଥିଲେ। ସେହିପରି ବର ରାଜକୁମାର ମାର୍ତ୍ତଣ୍ଡ ସିଂହ ମଧ୍ୟ ଲାଲ୍ ଏବଂ ସୁନେଲି ରଙ୍ଗର ଶେରୱାନୀ, ମାଳା ଏବଂ ପଗଡ଼ି ପିନ୍ଧି ସମ୍ପୂର୍ଣ୍ଣ ରାଜପୁତାନା ଲୁକରେ ବେଶ୍ ଆକର୍ଷଣୀୟ ଦେଖାଯାଉଥିଲେ। ଏହି ଗ୍ରାଣ୍ଡ ରିସେପ୍ସନ୍ରେ ଡକ୍ଟର କରଣ ସିଂହଙ୍କ ପରିବାର ସମେତ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ରାଜନେତା ଯୋଗ ଦେଇଥିଲେ।
ସୌଜନ୍ୟ ସମ୍ବାଦ




