Gas Cylinder Explodes: ଦୀପରୁ ସିଲିଣ୍ଡରରେ ଲାଗିଲା ନିଆଁ; ଗ୍ୟାସ୍ ଲିକ୍ ଯାଞ୍ଚ କରୁଥିବା ବେଳେ ଘଟିଲା ଅଘଟଣ
ପାବଳି ଅବସରରେ ଲୋକମାନେ ଘର ବାହାରେ ଦୀପ ଓ ରଙ୍ଗବେରଙ୍ଗ ଆଲୋକ ଜଳାଇ ଘରକୁ ସଜାଉଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହି ଦୀପ ଗୋଟିଏ ପରିବାର ପାଇଁ ବିପଦର କାରଣ ପାଲଟି ଯାଇଥାଆନ୍ତା।

ନୂଆଦିଲ୍ଦୀଲୀ: ପାବଳି ଅବସରରେ ଲୋକମାନେ ଘର ବାହାରେ ଦୀପ ଓ ରଙ୍ଗବେରଙ୍ଗ ଆଲୋକ ଜଳାଇ ଘରକୁ ସଜାଉଛନ୍ତି। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଏହି ଦୀପ ଗୋଟିଏ ପରିବାର ପାଇଁ ବିପଦର କାରଣ ପାଲଟି ଯାଇଥାଆନ୍ତା। ଘର ବାହାରେ ଜଳୁଥିବା ଦୀପର ନିଆଁ ଗ୍ୟାସ୍ ସିଲିଣ୍ଡରରୁ ଲିକ୍ ହେଉଥିବା ଗ୍ୟାସ୍ରେ ଲାଗିଯାଇଥିଲା। ଏହି ଘଟଣାରେ ସୌଭାଗ୍ୟବଶତଃ ଡେଲିଭେରି ବଏ ଜଣକ ବଞ୍ଚିଯାଇଥିବା ଜଣାପଡ଼ିଛି।
ଭିଡିଓରେ ଦେଖିବାକୁ ମିଳିଛି, ଗ୍ୟାସ୍ ସିଲିଣ୍ଡର ଡେଲିଭରି କରିବାକୁ ଆସିଥିବା କର୍ମଚାରୀ ସିଲିଣ୍ଡରର ସିଲ୍ ଖୋଲି ଗ୍ୟାସ୍ ଲିକ୍ ଯାଞ୍ଚ କରୁଥିଲେ। ଏହି ସମୟରେ ଏଭଳି ଏକ ଘଟଣା ଘଟିଥିଲା, ଯାହା କେହି କଳ୍ପନା ମଧ୍ୟ କରି ନଥିଲେ। ଭିଡିଓରେ ଜଣେ ଗ୍ୟାସ୍ ଡେଲିଭରି କର୍ମଚାରୀ ଘର ବାହାରେ ଠିଆ ହୋଇଥିବା ଦେଖାଯାଉଛି। ଘରର କବାଟ ଖୋଲିବା ପରେ ସେ ସିଲିଣ୍ଡରର ସିଲ୍ ଖୋଲି ଗ୍ୟାସ୍ ଲିକ୍ ଯାଞ୍ଚ କରିବାକୁ ଲାଗିଥିଲେ। ଠିକ୍ ସେତିକିବେଳେ କବାଟ ବାହାରେ ଜଳୁଥିବା ଦୀପର ନିଆଁ ଲିକ୍ ହେଉଥିବା ଗ୍ୟାସ୍ରେ ଲାଗିଯାଇଥିଲା। ଫଳରେ ଏକ ଜୋରଦାର ଶବ୍ଦ ସହ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା।
ସୌଜନ୍ୟ ସମ୍ବାଦ




