ରାଜ୍ୟ

ଡିଏଚ୍‌ଏଚ୍‌ରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ମିଳିଲାନି ପୋଡ଼ା ଘା’ ମଲମ, ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୋଗୀ

ସମ୍ବଲପୁର,୯ା୧୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ପୁଣି ଥରେ ସାମ୍ନାକୁ ଆସିଛି। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିବା ପୋଡ଼ା ରୋଗୀଙ୍କୁ ଅତ୍ୟାବଶ୍ୟକୀୟ ପୋଡ଼ା ଘା’ ପାଇଁ ଉଦ୍ଦିଷ୍ଟ ସିଲଭର ସଲ୍ଫାଡାଇଜିନ ମଲମ ନ ମିଳିବାରୁ ବହୁ ସଂଖ୍ୟକ ରୋଗୀ ପୋଡ଼ା ଜ୍ବାଳାରେ ଛଟପଟ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣାରେ ବାଣ ଫୁଟାଉଥିବା ବେଳେ ଅସାଧାନତା ହେତୁ ବଡ଼ବଜାର ବଙ୍ଗାଳୀପଡ଼ା ବାସିନ୍ଦା ଉତ୍ତମ ମୁଖାର୍ଜୀ ନାମକ ବ୍ୟକ୍ତିଙ୍କ ହାତ ଗୁରୁତର ଭାବେ ପୋଡ଼ି ଯାଇଥିବା ବେଳେ ସେ ଡାକ୍ତରଖାନାରୁ ପ୍ରାଥମିକ ଔଷଧ ନ ପାଇ ରାତିସାରା କଷ୍ଟରେ ଛଟପଟ ହୋଇ କାଳାତିପାତ କରିବାକୁ ବାଧ୍ୟ ହୋଇଛନ୍ତି। ଦୀପାବଳି ସମୟରେ ସାମାନ୍ୟ ପୋଡ଼ା ଘା’ ଜନିତ ଜ୍ବାଳା ଉପଶମ ମଲମଟିଏ ଉପଲବ୍ଧ ନ ହେବା ଡାକ୍ତରଖାନାର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button