Murder Case: ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲା: ଜେଲ୍ ଗଲେ ଭାସ୍କର ରାଓ
ରାୟଗଡ଼ାରେ ଗତ ୨୦୧୦ରେ ଘଟିଥିବା ବହୁଚର୍ଚ୍ଚିତ ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ଶକ୍ତ ଝଟ୍କା ଲାଗିଛି। ସୁପ୍ରିମକୋର୍ଟଙ୍କ ଆଦେଶରେ ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଭାସ୍କର।

ରାୟଗଡା: ରାୟଗଡ଼ାରେ ଗତ ୨୦୧୦ରେ ଘଟିଥିବା ବହୁଚର୍ଚ୍ଚିତ ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ଶକ୍ତ ଝଟ୍କା ଲାଗିଛି। ସୁପ୍ରିମକୋର୍ଟଙ୍କ ଆଦେଶରେ ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଭାସ୍କର। ତାଙ୍କ ଜାମିନ ଆବେଦନ ଖାରଜ ହେବାରୁ ଆଜି ତାଙ୍କୁ ରାୟଗଡ଼ା ଉପକାରାଗାରକୁ ପଠାଇଦିଆଯାଇଛି। ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ଓ ଆତ୍ମସମର୍ପଣ କରିଥିବା ଇପିଲି ସନ୍ନ୍ୟାସୀ ରାଜୁ, କେ. କ୍ରିଷ୍ଣା ରାଓ ଓ ପି. ଦିଲୀପ କୁମାରଙ୍କ ଜାମିନ୍ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ମଧ୍ୟ ଆଜି ଜେଲ୍ ଯିବାକୁ ପଡ଼ିଛି। ଅନ୍ୟତମ ଅଭିଯୁକ୍ତ ଆଦିନାରାୟଣ ରାଓ ଆଜି କୋର୍ଟରେ ଆତ୍ମସମର୍ପଣ କରିନଥିବା ସୂଚନା ମିଳିଛି।
୨୦୧୦ରେ ରାୟଗଡ଼ାର ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗିଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ୨୦୧୧ରେ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର ହୋଇଥିଲା। କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରି କୌଣସି ପ୍ରମାଣ ନଥିବା ଦର୍ଶାଇ ଭାସ୍କରଙ୍କ ସମେତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲା। କ୍ରାଇମବ୍ରାଞ୍ଚ ତଦନ୍ତରେ ଅସନ୍ତୋଷ ବ୍ୟକ୍ତ କରି ଭାଗୀରଥିଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ରାୟଗଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ମକଦ୍ଦମା ଦାୟର କରିଥିଲେ। କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଥିଲେ। କୋର୍ଟ ପକ୍ଷ ଶୁଣିବା ପରେ ଆଗୁଆ ଜାମିନ ପ୍ରଦାନ କରିଥିଲେ। ଅନ୍ୟପଟେ ହାଇକୋର୍ଟଙ୍କ ରାୟକୁ ଜଗନ୍ନାଥ ମାଣ୍ଡାଙ୍ଗି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ। ସୁପ୍ରିମକୋର୍ଟ ତଳକୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଭାସ୍କରଙ୍କ ସହ ସନ୍ନ୍ୟାସୀ ରାଜୁ, କେ.କ୍ରିଷ୍ଣା ଏବଂ ପି. ଦିଲୀପ କୁମାର ରାୟଗଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ।
ସୌଜନ୍ୟ ସମ୍ବାଦ




