ରାଜ୍ୟ
ରାଜଧାନୀରେ ଅନୁଭୂତ ହେଲା ଶୀତ: ରାତି ତାପମାତ୍ରା ୧୮.୫ ଡିଗ୍ରୀ

ଭୁବନେଶ୍ୱର,୧୦।୧୧: ରାଜ୍ୟରେ ଧୀରେ ଧୀରେ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ଶୀତର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି। ଭୁବନେଶ୍ୱରରେ ସର୍ବନିମ୍ନ ରାତି ତାପମାତ୍ରା ୧୮.୫ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ ହୋଇଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା ରାଜ୍ୟର ଅନ୍ୟ ସହରଗୁଡ଼ିକ ତୁଳନାରେ ଅଧିକ ଥଣ୍ଡା ରହିଛି। ଏଠାରେ ସର୍ବନିମ୍ନ ରାତି ତାପମାତ୍ରା ୧୪.୫ ଡିଗ୍ରୀ ରେକର୍ଡ କରାଯାଇଛି।
ସେହିପରି ରାଉରକେଲାରେ ୧୫.୭ ଡିଗ୍ରୀ, ହୀରାକୁଦରେ ୧୬ ଡିଗ୍ରୀ, ସମ୍ବଲପୁରରେ ୧୬.୨ ଡିଗ୍ରୀ ଏବଂ କେନ୍ଦୁଝରରେ ୧୬.୬ ଡିଗ୍ରୀ ସେଲ୍ସିୟସ୍ ସର୍ବନିମ୍ନ ରାତି ତାପମାତ୍ରା ରେକର୍ଡ ହୋଇଛି।
ରାତିରେ ତାପମାତ୍ରା ହ୍ରାସ ପାଇବା ସହ ବିଭିନ୍ନ ସହରରେ ଶୀତର ପ୍ରଭାବ ଅନୁଭୂତ ହେଉଛି। ବିଶେଷକରି ପଶ୍ଚିମ ଓଡ଼ିଶାର କେତେକ ସହରରେ ରାତିରେ ଥଣ୍ଡା ଅଧିକ ଅନୁଭୂତ ହେଉଛି। ଆଗକୁ ତାପମାତ୍ରାରେ କିଭଳି ପରିବର୍ତ୍ତନ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ସୌଜନ୍ୟ ଧରିତ୍ରୀ




