ଦେଶ ବିଦେଶ

Engagement: ଅର୍ଶଦୀପ-ସମରିନ ନିର୍ବନ୍ଧ

ଭାରତୀୟ କ୍ରିକେଟ୍‌ ଦଳର ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ପାଇଁ ବୁଧବାର ଦିନଟି ଦୁଇଗୁଣ ଖୁସି ନେଇ ଆସିଛି। ଗୋଟିଏ ପଟେ ଦୀର୍ଘଦିନର ସାଥୀ ସମରିନ୍‌ କୌରଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିବା ବେଳେ ଅନ୍ୟପଟେ ଆଇପିଏଲ୍‌ରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରୂପରେ ନୁଆ ଦଳ ମିଳି ଯାଇଛି।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ପାଇଁ ବୁଧବାର ଦିନଟି ଦୁଇଗୁଣ ଖୁସି ନେଇ ଆସିଛି। ଗୋଟିଏ ପଟେ ଦୀର୍ଘଦିନର ସାଥୀ ସମରିନ୍‌ କୌରଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଥିବା ବେଳେ ଅନ୍ୟପଟେ ଆଇପିଏଲ୍‌ରେ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ରୂପରେ ନୁଆ ଦଳ ମିଳି ଯାଇଛି। ଅର୍ଶଦୀପ ୧୮ କୋଟି ଟଙ୍କାର ବିନିମୟରେ ପଞ୍ଜାବ କିଙ୍ଗ୍ସ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହୋଇଛନ୍ତି।

ସେହିଭଳି ସମରିନ୍‌ ଓ ତାଙ୍କର ନିର୍ବନ୍ଧ ଫଟୋ ମଧ୍ୟ ସେ ଆଜି ସୋସିଆଲ ମିଡିଆରେ ପ୍ରକାଶ କରି ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ଉଭୟ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସହ ନିଜ ଖୁସି ବାଣ୍ଟିଥିଲେ। ଜୀବନ ଆମକୁ ଦେଇଥିବା ସବୁ ଉପହାର ମଧ୍ୟରୁ ପରସ୍ପରକୁ ପାଇବା ସବୁଠାରୁ ବଡ଼ ଖୁସି ବୋଲି ସେମାନେ ଲେଖିଥିଲେ। ବ୍ୟକ୍ତିଗତ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ସହ ଆଇପିଏଲ୍‌ରେ ନୂଆ ଦଳର ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ଅର୍ଶଦୀପଙ୍କ ପାଇଁ ଏହି ଦିନଟି ନିଶ୍ଚିତ ଭାବେ ସବୁଦିନ ପାଇଁ ସ୍ମରଣୀୟ ହୋଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button