ଦେଶ ବିଦେଶ

West Bengal politics: ମମତାଙ୍କ ଭାଇଙ୍କ ମୁହଁରେ ଶୁଭେନ୍ଦୁଙ୍କ ପ୍ରଶଂସା

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସାନଭାଇ ବାବୁନ ବାନାର୍ଜୀ ଏବେ ଚର୍ଚ୍ଚାରେ। ସେ ନିଜ ଭଉଣୀଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି।

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସାନଭାଇ ବାବୁନ ବାନାର୍ଜୀ ଏବେ ଚର୍ଚ୍ଚାରେ। ସେ ନିଜ ଭଉଣୀଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ଏପରିକି ଶୁଭେନ୍ଦୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କର ଏହି ମନ୍ତବ୍ୟକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ବାବୁନ ତାଙ୍କ ପୂଜା କ୍ଲବ୍‌କୁ ଶୁଭେନ୍ଦୁଙ୍କୁ ସ୍ୱାଗତ କରିବା ସହ ତାଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି। ଶୁଭେନ୍ଦୁଙ୍କ ସହ କଥା ହୋଇ ସେ ଖୁବ୍‌ ଖୁସି ଥିବା କହିଛନ୍ତି। କ୍ଲବ୍‌ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ମଧ୍ୟ ଶୁଭେନ୍ଦୁ ଯୋଗ ଦେଇଛନ୍ତି। ବାବୁନ କହିଛନ୍ତି, ଗତ ୬ ମାସ ମଧ୍ୟରେ ଶୁଭେନ୍ଦୁ ପଶ୍ଚିମବଙ୍ଗ ପାଇଁ କରିଥିବା କାମ ଦେଖିବା ପରେ ସେ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ଆମେ ଚାହୁଛୁ। ଶୁଭେନ୍ଦୁଙ୍କ ସହ ତାଙ୍କର ଦୀର୍ଘ ବର୍ଷର ସମ୍ପର୍କ ରହିଛି। ଏବେ ମଧ୍ୟ ସେ ତାଙ୍କ ସହ ଅଛନ୍ତି ଏବଂ ଜୀବନସାରା ତାଙ୍କ ସହ ରହିବେ ବୋଲି ବାବୁନ କହିଛନ୍ତି। ଏଥିସହ ସେ କେବଳ ଶୁଭେନ୍ଦୁଙ୍କ ପ୍ରଶଂସା କରିନାହାନ୍ତି, ବିଜେପିରେ ଯୋଗ ଦେବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button