ଖେଳ
Bronze again for Indian women: ଭାରତୀୟ ମହିଳାଙ୍କୁ ପୁଣି କାଂସ୍ୟ, ପୁରୁଷ ସପ୍ତମ: ଏସୀୟ ରଗ୍ବିରେ ହଂକଂ ଚୀନକୁ ଦ୍ବିମୁକୁଟ
କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଏସୀୟ ରଗ୍ବି ସେଭେନ୍ସ (୨୦ ବର୍ଷରୁ କମ୍) ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ଭାରତୀୟ ମହିଳା ନିଜ କାଂସ୍ୟ ପଦକ ସଫଳତାକୁ ଦୋହରାଇଥିବାବେଳେ ପୁରୁଷ ଦଳ ପୋଡିୟମ୍ ପର୍ଯ୍ୟନ୍ତ ପହଞ୍ଚି ନପାରି ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛି।

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ଏସୀୟ ରଗ୍ବି ସେଭେନ୍ସ (୨୦ ବର୍ଷରୁ କମ୍) ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି। ଭାରତୀୟ ମହିଳା ନିଜ କାଂସ୍ୟ ପଦକ ସଫଳତାକୁ ଦୋହରାଇଥିବାବେଳେ ପୁରୁଷ ଦଳ ପୋଡିୟମ୍ ପର୍ଯ୍ୟନ୍ତ ପହଞ୍ଚି ନପାରି ସପ୍ତମ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ତେବେ ହଟ୍ ଫେଭରିଟ୍ ହଂ କଂ ଚୀନ ଉଭୟ ପୁରୁଷ ଓ ମହିଳା ବିଭାଗରେ ଟ୍ରଫି ଜିିତିବା ସହ ଦ୍ବିମୁକୁଟ ଅର୍ଜନ କରିଛି। ହଂ କଂ ଚୀନ ଦଳ ଉଭୟ ଫାଇନାଲ୍ରେ ମାଲେସିଆକୁ ଭେଟିଥିଲା। ପୁରୁଷ ଦଳ ୩୪-୭ରେ ଏବଂ ମହିଳା ଦଳ ୪୩-୭ରେ ଏକତରଫା ଭାବେ ବିଜୟୀ ହୋଇଥିଲା।
ସୌଜନ୍ୟ ସମ୍ବାଦ




