ଜାତୀୟ

SIR Controversy: ଏସ୍ଆଇଆର୍‌କୁ କିଏ ଆଣିଲା ? ସିଇସିଙ୍କଠାରୁ ଉତ୍ତର ପାଇଁ ସୁପ୍ରିମକୋର୍ଟରେ ଇଣ୍ଡି ମେଣ୍ଟର ୪୮ଟି ପ୍ରଶ୍ନର ଲିଷ୍ଟ

ନୂଆଦିଲ୍ଲୀ,୧୭/୧୧; ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଇଣ୍ଡି ମେଣ୍ଟର ନେତାମାନେ ସୋମବାର ସୁପ୍ରିମକୋର୍ଟରେ ସାନି ପିଟିସନ ଦାଖଲ କରିଛନ୍ତି । ସେମାନେ ନିର୍ବାଚନ କମିଶନ (ଇସି)ଙ୍କୁ ଏସ୍ଆଇଆର୍ ପ୍ରସଙ୍ଗରେ ୪୮ଟି ପ୍ରଶ୍ନ ପଚାରିବା ଲାଗି ଅନୁମତି ମାଗିଛନ୍ତି । ଆବେଦନକାରୀ କହିଛନ୍ତି, ଏହି ପ୍ରଶ୍ନଗୁଡ଼ିକର ଜବାବ ଦେବାର ଦାୟିତ୍ୱ ନେଉଥିବା ଡେପୁଟି ଇଲେକ୍ସନ କମିଶନରଙ୍କ ପାଖରେ ଯଦି ରେକର୍ଡ ଆଧାରରେ ସୂଚନା ନାହିଁ, ତେବେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ଏବଂ ଦୁଇଜଣ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ ପୃଥକ ଭାବେ ସତ୍ୟପାଠ ଦାଖଲ କରନ୍ତୁ । କଂଗ୍ରେସ ଏବଂ ଇଣ୍ଡି ମେଣ୍ଟ ୪୮ଟି ପ୍ରଶ୍ନର ତାଲିକା ଦେଇଛି । ଏସ୍ଆଇଆର୍ ବେଳେ ନିର୍ବାଚନ କମିଶନର କେଉଁସବୁ ନିଷ୍ପତ୍ତି ନେଇଥିଲେ, କେଉଁ ନିଷ୍ପତ୍ତିଗୁଡ଼ିକୁ ମଞ୍ଜୁରି ଦେଇଥିଲେ ଏବଂ କେଉଁସବୁ ଘଟଣା ଉପରେ ଆପତ୍ତି ଉଠାଇଥିଲେ, ତାହା ନେଇ ପଚରା ଯାଇଛି ।

ସେହିଭଳି ବହୁମତ ଆଧାରରେ ନିଷ୍ପତ୍ତି ନିଆଯାଇଥିଲା କି ନାହିଁ, ଭୋଟର ତାଲିକାରେ ତଥ୍ୟ ବଦଳାଇବା କ୍ଷମତା କାହାର ଥିଲା, ସେ ସମ୍ପର୍କିତ ପ୍ରଶ୍ନ ବି ରହିଛି । ବିରୋଧୀ ନେତାଙ୍କ ପୂର୍ବ ଆବେଦନ ପରେ ଅକ୍ଟୋବର ୨୬ରେ ସୁପ୍ରିମକୋର୍ଟରେ ଦାଖଲ ଜବାବକୁ ସିଇସି ଏବଂ ଦୁଇ କମିଶନର କେବେ ଓ କେମିତି ମଞ୍ଜୁରି ଦେଲେ, ବୈଠକରେ ନିଷ୍ପତ୍ତି ହେଲା ନା ଫାଇଲ୍ ଏବଂ ଅନ୍ଲାଇନ ଉପାୟରେ ମଞ୍ଜୁରି ମିଳିଲା, ତାହା ଜାଣିବାକୁ ଚାହିଁଛନ୍ତି ଆବେଦନକାରୀ । ଏହା ପୂର୍ବରୁ ଅକ୍ଟୋବର ୧୧ରେ ବିରୋଧୀ ସାଂସଦମାନେ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଚିଠି ଲେଖି ଜ୍ଞାପନ ପ୍ରଦାନ ଲାଗି ସମୟ ଲୋଡ଼ିଥିଲେ । ସିଜେଆଇ ମନା କରିଦେଇଥିଲେ । ବିରୋଧୀ ଅକ୍ଟୋବର ୧୨ରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା ବାହାର କରିଥିଲେ । ସେହିଦିନ ସୁପ୍ରିମକୋର୍ଟରେ ସିଇସି ଏବଂ ଏସ୍ଆଇଆର୍କୁ ନେଇ ପିଟିସନ ବି ଦାଖଲ କରିଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button