ରାଜ୍ୟ
Accident Beaking: ରାଜଧାନୀରେ ଭୟଙ୍କର ସଡ଼କ ଦୁର୍ଘଟଣା: ଆମ୍ବୁଲାନ୍ସକୁ ୫୦ ମିଟର ଘୋଷାଡ଼ି ନେଲା ହାଇୱା, ଡ୍ରାଇଭର ଗୁରୁତର

ଭୁବନେଶ୍ୱର, ୧୭/୧୧: ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ରୋଗୀ ଆଣିବାକୁ ଯାଉଥିବା ଏକ ଆମ୍ବୁଲାନ୍ସକୁ ମିକ୍ସଚର ମେସିନ୍ ବୋଝେଇ ହାଇୱା ଧକ୍କା ଦେଇଥିଲା । ଧକ୍କା ପରେ ହାଇୱାଟି ଆମ୍ବୁଲାନ୍ସକୁ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ଫଳରେ ଆମ୍ବୁଲାନ୍ସଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।
ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ମୈତ୍ରୀ ବିହାର ଥାନା ପିସିଆର୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲା । ପୁଲିସ ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଜବତ କରିବା ସହ ଫେରାର ଡ୍ରାଇଭରଙ୍କୁ କାବୁ କରିଛି । ଏବେ ଘଟଣାକୁ ନେଇ କମିଶନରେଟ୍ ପୋଲିସ ପଚରାଉଚରା ଜାରି ରଖିଛି ।
ସୌଜନ୍ୟ ପ୍ରମେୟ




