ରାଜ୍ୟ

‘Umang’ Youth Festival ରାଜ୍ୟ ସରକାର ଓ ଆର୍ଟ ଅଫ୍ ଲିଭିଂର ଯୁବ ଉତ୍ସବ ‘ଉମଙ୍ଗ’ : ଲକ୍ଷ୍ୟ ନିଶାମୁକ୍ତ ଯୁବ ସମାଜ

କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ ସରକାର ଓ ଆର୍ଟ ଅଫ୍ ଲିଭିଂର ଯୁବ ଉତ୍ସବ ‘ଉମଙ୍ଗ’ରେ ନିଶାମୁକ୍ତ ଓଡ଼ିଶା ଗଠନ ଉପରେ ଗୁରୁତ୍ୱ। ସ୍କୁଲ ଓ କଲେଜରେ ନିଶା ବିରୋଧୀ ମଡ୍ୟୁଲ୍ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା।

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ଠାରେ ଆଜି (ମଙ୍ଗଳବାର)  ରାଜ୍ୟ ସରକାର ଓ ଆର୍ଟ ଅଫ୍‌ ଲିଭିଂର ମିଳିତ ଆନୁକୂଲ୍ୟର  ଆୟୋଜିତ ଯୁବ ମହୋତ୍ସବ ‘ଉମଙ୍ଗ’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ଗୁରୁ ଶ୍ରୀଶ୍ରୀ ରବିଶଙ୍କର ଯୋଗ ଦେଇ ଯୁବସମାଜର ସାମଗ୍ରିକ ବିକାଶ, ଗୁଣାତ୍ମକ ଶିକ୍ଷା, ନାରୀ ସଶକ୍ତୀକରଣ ଏବଂ ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ନେଇ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିଛନ୍ତି।

ମୁଖୃମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି, ରାଜ୍ୟର ପ୍ରଗତି ପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥିବା ‘ନିଶା’ ସମସ୍ୟାର ମୂଳୋତ୍ପାଟନ ପାଇଁ ସରକାରଙ୍କ ରଣନୀତି ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଶାମୁକ୍ତ ଓଡ଼ିଶା କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏହା ସରକାରଙ୍କ ବଜ୍ର ଶପଥ । .

ଆଗାମୀ ଦିନରେ ସ୍କୁଲ ଓ କଲେଜ ସ୍ତରରେ ସ୍ୱତନ୍ତ୍ର ନିଶା ବିରୋଧୀ ପାଠ୍ୟକ୍ରମ ବା ମଡ୍ୟୁଲ୍ ପ୍ରସ୍ତୁତ କରାଯିବ ଏବଂ ନିଶାର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବା ପାଇଁ ଶିକ୍ଷକମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ଏହା ସହିତ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଦ୍ୱାରା ‘ଦି ଆର୍ଟ ଅଫ୍ ଲିଭିଂ’ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଚାଲିଥିବା ‘ଡ୍ରଗ୍ସ ଫ୍ରି ଇଣ୍ଡିଆ ମୁଭମେଣ୍ଟ’ର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧ୍ୟାନ, ଯୋଗ, ପ୍ରାଣାୟାମ ଏବଂ ସୁଦର୍ଶନ କ୍ରିୟା ଭଳି ଆଧ୍ୟାତ୍ମିକ ଅଭ୍ୟାସ ବିନା କୌଣସି କ୍ଷତିକାରକ ପଦାର୍ଥରେ ମନକୁ ସ୍ୱାଭାବିକ ଭାବେ ପ୍ରଫୁଲ୍ଲ ଓ ସକ୍ରିୟ ରଖିବାରେ ସହାୟକ ହୋଇଥାଏ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button