ରାଜ୍ୟ

Cyclone Update : ଅତି ଭୀଷଣ ହେବନି ଅକଭାନ୍, କମୁଛି ବାତ୍ୟାର ପ୍ରଭାବ, ୨୦ ତାରିଖ ଦ୍ଵିପ୍ରହରରେ ଲ୍ୟାଣ୍ଡଫଲ୍

ଭୁବନେଶ୍ଵର, ୧୮/୧୧ : ବାତ୍ୟାର ପ୍ରଭାବ ଧୀରେ ଧୀରେ କମୁଛି । ସ୍ଥଳଭାଗ ଅତିକ୍ରମ କଲାବେଳକୁ ଆଉ ରହିବନି ଅତି ଭୀଷଣ ବାତ୍ୟା । ବାତ୍ୟା ଅକଭାନ୍ ଭୀଷଣ ବାତ୍ୟା ରୂପରେ ଅତିକ୍ରମ କରିବା ପରେ ଦୁର୍ବଳ ହେଇଯିବ । ୨୦ ତାରିଖ ଦ୍ବିପ୍ରହର ମଧ୍ୟରେ ଏହା ନେଲର ଓ ବିଶାଖାପଟନମ ଅତିକ୍ର କରିବ । ସେହି ସମୟରେ ୧୦୦ ରୁ ୧୧୦ କିମି ବେଗରେ ପବନ ବହିବ ।  ଝଟକା ପବନର ବେଗ ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଏନେଇ ସିଇସି ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।

ବାତ୍ୟା ପ୍ରଭାବରେ ଆଜି ସନ୍ଧ୍ୟାରୁ ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ । ହଲୁକରୁ ମଧ୍ୟମ ଧରଣର ବର୍ଷା ଓ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୯ ଓ ୨୦ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହ କିଛି କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ । ୨୧ ସେଣ୍ଟିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । wind shear ଅଧିକ ଥିବାରୁ ବାତ୍ୟା ବିଶେଷ ବଳ ଯୋଗାଇ ପାରୁନଥିବା ବିଶେଷଜ୍ଞ କହିଛନ୍ତି । ତେବେ ସମୁଦ୍ରରେ ଏହା ଶକ୍ତିଶାଳୀ ହେଉଥିଲେ ମଧ୍ୟ କୂଳ ନିକଟକୁ ଆସିଲା ବେଳକୁ ଦୁର୍ବଳ ହୋଇଯିବ ବୋଲି କହିଛନ୍ତି ସୋଆ ସିଇସି ମୁଖ୍ୟ ଶରତଚନ୍ଦ୍ର ସାହୁ ।

 

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button