ଦେଶ ବିଦେଶ

BMC: ଦାଉଦର ୮୭ ବର୍ଷ ପୁରୁଣା ଘରେ ଚାଲିଲା ବୁଲଡୋଜର୍: ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ଷଡ଼ଯନ୍ତ୍ରର ମୂକସାକ୍ଷୀ

ବୃହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ମୁମ୍ବାଇର ଭେଣ୍ଡି ବଜାରରେ ଥିବା ହାଜି ଇସମାଇଲ ହବିବ ମୁସାଫିରଖାନା କୋଠାକୁ ଭାଙ୍ଗିବା ଗୁରୁବାର ଆରମ୍ଭ କରିଛି। ଏହେଉଛି ସେହି କୋଠା ଯେଉଁଠାରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଦିନେ ନିଜ ପରିବାର ସହିତ ରହୁଥିଲା।

ମୁମ୍ବାଇ: ବୃହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ମୁମ୍ବାଇର ଭେଣ୍ଡି ବଜାରରେ ଥିବା ହାଜି ଇସମାଇଲ ହବିବ ମୁସାଫିରଖାନା କୋଠାକୁ ଭାଙ୍ଗିବା ଗୁରୁବାର ଆରମ୍ଭ କରିଛି। ଏହେଉଛି ସେହି କୋଠା ଯେଉଁଠାରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଦିନେ ନିଜ ପରିବାର ସହିତ ରହୁଥିଲା। ଏହି ଘରେ ସେ ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣର ଷଡଯନ୍ତ୍ର ରଚିଥିଲା। ଆଜି ଭଙ୍ଗା କାର୍ଯ୍ୟ କରାଯାଉଛି। କୋଠାର ଭଙ୍ଗା କାର୍ଯ୍ୟ ସକାଳୁ ଆରମ୍ଭ ହୋଇଛି। କାର୍ଯ୍ୟାନୁଷ୍ଠାନକୁ ଦୃଷ୍ଟିରେ ରଖି ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।

ପରିସରରେ ଏବଂ ଆଖପାଖରେ ୨୫୦ରୁ ଅଧିକ ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ମୁମ୍ବାଇ ଡିସିପି ମନୀଷ କଲୱାନିଆ କହିଛନ୍ତି, କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଶାନ୍ତିପୂର୍ଣ୍ଣ ଭାବରେ ଭଙ୍ଗା କାର୍ଯ୍ୟ ଚାଲିଛି। ସକାଳଠାରୁ ବିଏମସି ଭଙ୍ଗା କାର୍ଯ୍ୟ ଜାରି ରଖିଛି। ସମସ୍ତ ଆବଶ୍ୟକୀୟ ସୁରକ୍ଷା ସତର୍କତା ଗ୍ରହଣ କରାଯାଇଛି। ବିଏମସି ମୁସାଫିରଖାନା କୋଠା ଏବଂ କମ୍ପ୍ଲେକ୍ସରେ ଥିବା ଏକ ମସଜିଦ ଭାଙ୍ଗିବା ସମ୍ପର୍କରେ ମଧ୍ୟ ନୋଟିସ୍ ଜାରି କରିଥିଲା।

ତୀର୍ଥଯାତ୍ରୀଙ୍କ ପାଇଁ ଅସ୍ଥାୟୀ ବାସସ୍ଥାନ
ବିଏମସି ଅନୁଯାୟୀ, ଏହି କୋଠାଟି ୮୭ ବର୍ଷ ତଳେ ୧୯୩୯ ମସିହାରେ ନିର୍ମିତ ହୋଇଥିଲା। ଦୁଇ ମହଲା ବିଶିଷ୍ଟ ଏହି କୋଠାଟିରେ ୩୬ଟି କୋଠରୀ ଅଛି। ଏହାକୁ ପ୍ରଥମେ ହଜ୍ ତୀର୍ଥଯାତ୍ରୀଙ୍କ ପାଇଁ ଅସ୍ଥାୟୀ ବାସସ୍ଥାନ ଭାବରେ ବ୍ୟବହାର କରାଯାଉଥିଲା। ସମୟ ସହିତ କୋଠାଟି ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଥିଲା ଏବଂ ଏହାକୁ ସି-୧ ବର୍ଗରେ ରଖାଯାଇଥିଲା। ଏହି ବର୍ଗରେ ଅନ୍ତର୍ଭୁକ୍ତ କୋଠା ଅତ୍ୟନ୍ତ ବିପଦପୂର୍ଣ୍ଣ ଏବଂ ଭାଙ୍ଗିବା ଆବଶ୍ୟକ। କୋଠାର ଛାତ ଏବଂ କାନ୍ଥର କିଛି ଅଂଶ ମଧ୍ୟ ଭୁଶୁଡ଼ି ପଡ଼ିଥିଲା।

ବିଏମସି ନୋଟିସ୍ ଅନୁଯାୟୀ,ମ୍ୟୁନିସିପାଲ କର୍ପୋରେସନ ସୈଫି ବୁରହାନି ଅପଲିଫ୍ଟମେଣ୍ଟ ଟ୍ରଷ୍ଟ ଠାରୁ ଏକ ଚିଠି ପାଇଥିଲା, ଯେଉଁଥିରେ କୋଠାଟିକୁ ଜରାଜୀର୍ଣ୍ଣ ବୋଲି ବର୍ଣ୍ଣନା କରାଯାଇଥିଲା ଏବଂ ବମ୍ବେ ହାଇକୋର୍ଟଙ୍କ ଅଗଷ୍ଟ ୨୦୨୦ ନିର୍ଦ୍ଦେଶ ଅନୁସାରେ ଏହାକୁ ଖାଲି କରିବା ଏବଂ ଭାଙ୍ଗିବା ପାଇଁ ଅନୁରୋଧ କରାଯାଇଥିଲା। ଅକ୍ଟୋବର ୨୩ ତାରିଖରେ ଜାରି ହୋଇଥିବା ଏକ ସ୍ପଷ୍ଟୀକରଣରେ, ଟ୍ରଷ୍ଟ କହିଛି ଯେ ଏହି କୋଠାଟି ଏହାର କ୍ଲଷ୍ଟର ପୁନଃବିକାଶ ଯୋଜନାର ସେକ୍ଟର ୮ ମଧ୍ୟରେ ପଡ଼ିଥାଏ। ଏହାର ଏକ ଅଂଶ ପ୍ରସ୍ତାବିତ ରାସ୍ତାର ବାଟରେ ରହିଛି, ଯାହା ଦ୍ୱିତୀୟ କୁପର ଷ୍ଟ୍ରିଟର ପ୍ରଶସ୍ତୀକରଣକୁ ପ୍ରଭାବିତ କରୁଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button